ଭୁବନ; ବ୍ଯାଟେରୀ ଚାଳିତ ପରିମଳ ଗାଡି ଉଦଘାଟନ କଲେ ନଗରପାଳ !

ଢେଙ୍କାନାଳ : ଭୁବନ ପୌର କାର୍ଯ୍ଯାଳୟ ତରଫରୁ ପ୍ରଦୂଷଣ ରହିତ ବ୍ୟାଟେରି ଚାଳିତ ଦୁଇଟି ଅଳିଆ ବୁହା ଗାଡ଼ିର ଉଦଘାଟନ ହୋଇଯାଇଛି ।

ସକାଳ ସାତଟା ସମୟରେ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ସବୁଜ ପତାକା ଦେଖାଇ ଏହାର ଉଦଘାଟନ କରିଥିଲେ । ଯାହା ଦୁଇଜଣ ପ୍ରଶିକ୍ଷିତ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ । ଏହି ଉଦଘାଟନ କାର୍ଯ୍ଯକ୍ରମ ରେ ଉପସ୍ଥିତ ରହିଥିଲେ ପୌର କାର୍ଯ୍ଯାଳୟର କାର୍ଯ୍ଯନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ , କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ , କାଉନସିଲର ପପୁ କୁମାର ସାହୁ ,ଏନ ଏସି ସି ଇ ଓ ଜଲିତା କୁମାରୀ ସାହୁ ,ପରିମଳ ଅଧିକାରୀ ଆକାଶ ବେହେରା, ସ୍ୱଛ୍ଛସାଥୀ ଏବଂ ଅନ୍ୟ କର୍ମଚାରୀ ବୃନ୍ଦ ।

Leave A Reply

Your email address will not be published.

fifteen + 16 =