ଭୁବନ;ବାହାଘର ପାଇଁ ଏୟାରଲିଫ୍ଟ ହେଲେ ଯବାନ !

ଢ଼େଙ୍କାନାଳ: ବାହାଘର ପାଇଁ କାର୍ଡ ବଣ୍ଟା ସରିଥିଲା ସୁନା ଗହଣା କିଣା ବି ସରିଥିଲା ସବୁ ପ୍ରକାର ବନ୍ଦୋବସ୍ତ ହୋଇସାରିଥିଲା I

ଘର ଲୋକ ଅନେଇ ବସିଥିଲେ ପୁଅକୁ ପୁଅ ଆସି ଘରେ ପହଁଞ୍ଚି ପାରି ନଥିବାରୁ ଘୁଞ୍ଚାଇ ଦିଆଗଲା ବାହାଘର l ଏହିଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ମାର୍ଥାପୁର ପଞ୍ଚାୟତ ଆଦିପୁରା ଗ୍ରାମରେ l ଆଦିପୁରା ଗ୍ରାମର ଖଗେଶ୍ୱର ବେହେରା ଙ୍କ ଏକମାତ୍ର ପୁଅ ନାରାୟଣ ବେହେରା ଆଜିକୁ ଚାରିବର୍ଷ ତଳେ ସୀମା ସୁରକ୍ଷା ବଳ ରେ ଯୋଗ ଦେଇଥିଲେ l

ସେ ଜାମ୍ମୁ ଓ କାଶ୍ମୀର ରେ ନିୟନ୍ତ୍ରଣ ରେଖା ରେ ଯବାନ ଭାବେ ନିୟୋଜିତ ଥିଲେ l ତାଙ୍କର ବାହାଘର ଗତ ୨୮ତାରିଖ ରେ ହେବାର ଥିଲା ସେଥିପାଇଁ ସେ ଗତ ୯ତାରିଖ ରେ ଛୁଟି ଆବେଦନ କରିଥିଲେ l କିନ୍ତୁ ନିୟନ୍ତ୍ରଣ ରେଖା ରେ ପ୍ରବଳ ତୁଷାରପାତ ହେବା କାରଣ ରୁ ତାଙ୍କୁ ସ୍ୱତନ୍ତ୍ର ହେଲିକ୍ୟାପଟର ଯୋଗେ ଶ୍ରୀନଗର କୁ ଅଣାଯାଇଥିଲା l କିନ୍ତୁ ଠିକ ସମୟରେ ଘରେ ପହଞ୍ଚି ନପାରିବାରୁ ବାହାଘର ସ୍ଥଗିତ ରଖାଯାଇ ଆସନ୍ତା ମେ ୨ତାରିଖ କୁ ଘୁଞ୍ଚାଇ ଦିଆଯାଇଥିବା ପରିବାର ଲୋକ ସୂଚନା ଦେଇଛନ୍ତି

Leave A Reply

Your email address will not be published.

20 + 6 =