ପରଜଙ୍ଗରେ ଆପ୍ କର୍ମୀ ସମ୍ମିଳନୀ ଏବଂ ବ୍ଲକ କମିଟି ଗଠିତ !

ଢେଙ୍କାନାଳ : ଆମ୍ ଆଦମୀ ପାର୍ଟିର ପରଜଙ୍ଗ ବ୍ଲକ କର୍ମୀ ମାନଙ୍କୁ ନେଇ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସ୍ଥାନୀୟ ପାଣି ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି l

ଉକ୍ତ ବୈଠକରେ ଅନେକ ନୌଯବାନ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସଦସ୍ୟତା ଗ୍ରହଣ କରିଥିଲେ l ଓଡ଼ିଶାରେ ଆପ୍ ପକ୍ଷରୁ ଜାରି ରହିଥିବା ବିଜୁଳି ଆନ୍ଦୋଳନକୁ ବ୍ଲକର ପ୍ରତ୍ୟେକ ଗାଁ ପର୍ଯ୍ୟନ୍ତ ସାଧାରଣ ଲୋକ ମାନଙ୍କୁ ସଚେତନ କରିବାପାଇଁ ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ ଶ୍ରୀ ନାୟକ ଆହ୍ୱାନ କରିଥିଲେ l

ଆପ୍ ର ଏହି ବିଜୁଳି ଆନ୍ଦୋଳନକୁ ତାତ୍ସଲ୍ୟ କରି ଫ୍ରି ଦେଲେ ଶ୍ରୀଲଙ୍କା ପରି ପରିସ୍ଥିତି ଉପୁଜିବ ବୋଲି କହୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସଚେତନ କରିବା ସମ୍ପର୍କରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ପ୍ରଶିକ୍ଷଣ ଦେଇଥିଲେ l ଉପସ୍ଥିତ ସଦସ୍ୟ ମାନଙ୍କ ମଧ୍ୟରୁ ୧୩ ଜଣିଆ ବ୍ଲକ କମିଟି ଗଠନ କରାଯାଇଛି l

ବ୍ଲକ ସଭାପତି ଦାୟୀତ୍ୱ ପ୍ରକାଶ ବିଶ୍ୱାଳ ନେଇଥିବା ବେଳେ ନରେନ୍ଦ୍ର ବିଶ୍ୱାଳ, ପ୍ରବୋଧ ପାଣି, ନରେଶ ବାରିକଙ୍କୁ ଉପସଭାପତି, ଅଜୟ କୁମାର ସାହୁ ସାଧାରଣ ସମ୍ପାଦକ ଦାୟୀତ୍ୱ ନେଇଥିବା ବେଳେ ଜଳଧର ଜେନା,ବିଭୁରଞ୍ଜନ ସାହୁ, ଇନ୍ଦ୍ରମଣି ବେହେରା ପ୍ରମୁଖ ସହସମ୍ପାଦକ ଦାୟୀତ୍ୱ ନେଇଛନ୍ତି l ସେହିପରି ଆଇନଜୀବୀ ପ୍ରକାଶ ଧଳ ଏବଂ ପ୍ରକାଶ ଭୁତିଆ କୋଷାଧ୍ୟକ୍ଷ ନେଇଥିବା ବେଳେ ଶ୍ରୀମତୀ ଅବଳା ଭୁତିଆ ମହିଳା ସଭାପତି ଭାବେ ଦାୟୀତ୍ୱ ନେଇଛନ୍ତି l

ଯୁଧିଷ୍ଠିର ନାୟକ ଏବଂ ନନ୍ଦନ ସାହୁ ବ୍ଲକ କାର୍ଯ୍ୟକାରିଣୀ ସଦସ୍ୟ ରହିଛନ୍ତି l ବିଜୁଳି ଆନ୍ଦୋଳନ ପାଇଁ ପ୍ରତ୍ୟେକ ପଞ୍ଚାୟତରେ ସଭାପତି ଭାବେ ତ୍ରୀନାଥ କୁମାର ସାହୁ,ଦୁଷ୍ମନ୍ତ ନାୟକ, ଅଜିତ କୁମାର ବେହେରା,ଟୁନା ଭୁତିଆ, ଜିତେନ୍ଦ୍ର ମଲିକ,ମାନସ ରାଉଳ, ଦିପ୍ତୀରଞ୍ଜନ ଜେନା,ପତିତପାବନ ମହାଳିକ ପ୍ରମୁଖ ଦାୟୀତ୍ୱ ନେଇଥିଲେ l

ବ୍ଲକରେ ଖର୍ଚ୍ଚ ପାଇଁ ଅନେକ ସାଥି ନିଜ ନିଜର ବ୍ୟକ୍ତଗତ ଖର୍ଚ୍ଚ କାଟ କରି ପ୍ରତ୍ୟେକ ମାସରେ ଦଳକୁ ଆର୍ଥିକ ସହଯୋଗର ହାତ ବଢ଼ାଇଥିଲେ l ଶେଷରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ମହାଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.

seven + sixteen =