ଗଁଦିଆ; ଖଙ୍କିରା ପ୍ରାଥମିକ ବିଦ୍ୟାଳୟରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ !

ଢ଼େଙ୍କାନାଳ : ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଖଙ୍କିରାର ବାର୍ଷିକ କ୍ରୀଡା ପ୍ରତିଯୋଗିତା ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ସରପଞ୍ଚ ରଞ୍ଜୁ ଲତା ଦାସ, ମୁଖ୍ୟଅତିଥି ଭାବେ ପୁରସ୍କାର ପ୍ରଦାନ କରିଥିଲେ। ବିଦ୍ୟାଳୟର ଚମ୍ପିଆନ ଛାତ୍ର ଭାବେ ଆଶୁତୋଷ ପତି ପୁରସ୍କୃତ ହୋଇଥିବାବେଳେ ବାଳିକା ବିଭାଗରୁ ଶତରୂପା ପତି ନିୟମିତ ଓ ଉତ୍ତମ ଛାତ୍ରୀ ରୂପେ ପୁରସ୍କୃତ ହୋଇଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉପେନ୍ଦ୍ର ଧୀର ଓ ଉପସଭାପତି ଅମାଲି ସାବଳ ସାମନ୍ତ, ସନ୍ତୋଷ ସାହୁ , ଦେବରାଜ ବେହେରା ସମେତ ପ୍ରଧାନଶିକ୍ଷକ ଶଙ୍କର୍ଷଣ ବ୍ରହ୍ମ ଓ ଶିକ୍ଷୟତ୍ରୀ ସଂଯୁକ୍ତାପୂର୍ତ୍ତୀ, ସୁଚିତ୍ର ମାଝି ଓ ପ୍ରତିଭା ଶୁକ୍ଳା ଉପସ୍ଥିତ ରହିଥିଲେ। ପିଲାମାନଙ୍କର ଭବିଷ୍ୟତ ଉଜ୍ଜଳମୟ କାମନା କରାଯାଇଥିଲା।

Leave A Reply

Your email address will not be published.

ten − four =