ପୋଖରୀରେ ସ୍ତ୍ରୀକୁ ବୁଡେଇ ମାରିଲା ପିଶାଚ ସ୍ୱାମୀ !

ଢେଙ୍କାନାଳ :ପିଶାଚ ସ୍ୱାମୀର ଉନ୍ମତ କାଣ୍ଡ । ପୋଖରୀରେ ନିଜ ସ୍ତ୍ରୀକୁ ବୁଡେଇ ମାରିଲା ରାକ୍ଷାସ ସ୍ୱାମୀ ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଲଦା ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁରପୁର ଗାଁରେ । ଗାଁରେ ଜିଲ୍ଲୀପ ବେହେରା ନିଜ ୪୦ ବର୍ଷିୟା ସ୍ତ୍ରୀ ଲକ୍ଷ୍ମୀ କିଛି ମାସ ହେବ ପକ୍ଷାଘାତ ରୋଗରେ ପିଡିତ ଥିଲେ । ଦିଲ୍ଲିପ ନିଜ ସ୍ତ୍ରୀକୁ ପୋଖରୀକୁ ଗାଧୋଇ ନେଇଥିଲେ । ନିଜ ପୁଅକୁ ଶହେ ଟଙ୍କା ଦେଇ ଦୋକାନରୁ ଖାଇବାକୁ କହି ବାହାରକୁ ପଠେଇ ଦେଇଥିଲେ । ପରେ ସ୍ତ୍ରୀ ଲକ୍ଷ୍ମୀଙ୍କୁ ପୋକରୀ ପାଣିରେ ବୁଡେଇ ମାରିଥିବା ଅଭିଯୋଗ ହୋଇଛି ।

ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ପହଁଚି ମୃତ ଦେହକୁ ଉଦ୍ଧାର କରିଥିଲେ । ପାରିପାଶ୍ୱର୍ିକ ଅବସ୍ଥାରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ତେବେ ଲକ୍ଷ୍ମୀଙ୍କ ସ୍ୱାମୀ ଦିଲ୍ଲିପ ବେହେରା ଫେରାର୍ ଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଏସଡିପିଓ ପହଁଚି ଅଧିକ ତଦନ୍ତ ଚଳାଇଛନ୍ତି ।

Leave A Reply

Your email address will not be published.

three × one =