ଜିଲ୍ଲା ଓକିଲ ସଂଘ ପକ୍ଷରୁ ମଧୁବାବୁଙ୍କ ଜୟନ୍ତୀ ପାଳିତ !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି ।

ଜିଲ୍ଲା ଓକିଲ ସଂଘ ସଭାପତିଙ୍କ ନେତୃତ୍ୱରେ ଶତାଧିକ ଆଇନଜୀବି ,ଜିଲ୍ଲା ଦୌରାଜଜ୍ ଶରତ କୁମାର ଦେହୁରୀଙ୍କ ସହିତ କୋର୍ଟ ଛକ ସ୍ଥିତ ମଧୁସୁଦନ ଦାସଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ଜିଲ୍ଲା ଓକିଲ ସଂଘ ସଭାଗୃହ ଠାରେ ସଭାପତି ଶ୍ରୀ ମିଶ୍ରଙ୍କ ସଭାପତିତ୍ୱରେ ଆଇନଜୀବି ଦିବସ ତଥା ମଧୁବାବୁଙ୍କ ଜୟନ୍ତୀ ଉପଲକ୍ଷେ ଏକ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଦୌରାଜଜ୍ ଶରତ କୁମାର ଦେହୁରୀ ଯୋଗଦେଇ ମଧୁବାବୁଙ୍କ ସ୍ମୃତି ଚାରଣ କରିଥିଲେ । 

ଅନ୍ୟତମ ଅତିଥି ଭାବେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ରଶ୍ମିରଞ୍ଜନ ଆଚାର୍ଯ୍ୟ ମଞ୍ଚାସୀନ ଥିଲେ । ଏହି ଅବସରରେ ଆଇନଜୀବି ଦିପ୍ତିଶ ପ୍ରସାଦ ପଟ୍ଟନାୟକ,ସତ୍ୟପ୍ରିୟ ଶରଣ,ମାନସୀ ମହାପାତ୍ର, ମାତୃପ୍ରସାଦ ନନ୍ଦ ପ୍ରମୁଖ ଆଇନଜୀବି ମଧୁବାବୁଙ୍କର ସ୍ମୃତି ଚାରଣ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓକିଲ ସଂଘର ସମ୍ପାଦକ ଟଙ୍କଧର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉପସଭାପତି ପୁଷ୍ପକ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।ବୈଠକରେ ସମସ୍ତ ଜଜ୍‌ଙ୍କ ସହିତ ଶତାଧିକ ଆଇନଜୀବି ଉପସ୍ଥିତ ଥିଲେ ।

ସନ୍ଧ୍ୟାରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଅନୁଷ୍ଠିତ ବାପୁଙ୍କ ରାମରାଜ୍ୟ ନାଟକ ପରିବେଷଣ ଦର୍ଶକଙ୍କ ବେଶ ମନମୁଗ୍ଧ କରିଥିଲା ।

Leave A Reply

Your email address will not be published.

twenty − fifteen =