ଲିଙ୍ଗ ଗତ ତ୍ରୁଟି ଯୋଗୁ ଆଦର୍ଶ ବିଦ୍ୟାଳୟ ରୁ ବାଦ୍ ପଡିଲେ ଛାତ୍ରୀ : ଚୟନ ଥିବା ମାର୍କ ରୁ ଅଧିକ ଥାଇବି ମିଳିଲାନି ସ୍ଥାନ !

ଢେଙ୍କନାଳ : ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ଅଂଳାପାଳ ଗ୍ରାମର ସମୀର ମାଝିଙ୍କ ଝିଅ ଲକ୍ଷ୍ମୀପ୍ରିୟା ମାଝୀ ଲିଙ୍ଗ ଗତ ତ୍ରୁଟି ଯୋଗୁ ଓଡିଶା ଆଦର୍ଶ ବିଦ୍ୟାଳୟ ରୁ ବାଦ୍ ପଡ଼ିଛନ୍ତି I

ଚଳିତ ବର୍ଷ ରେଜଲ୍ଟ ପ୍ରକାଶ ପାଇବା ପରେ ମାର୍ଥାପୁର ପଞ୍ଚାୟତ ଅଂଳାପାଳ ଉପ୍ରା ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ଲକ୍ଷ୍ମୀପ୍ରିୟା ମାଝୀ ସ୍ତ୍ରୀ ଲିଙ୍ଗ ସ୍ଥାନରେ ପୁଲିଙ୍ଗ ହୋଇଥିବାରୁ ବାଦ୍ ପଡିଥିବା ଜଣାପଡ଼ିଛି I

ଭୁବନ ବ୍ଲକରୁ ୮୦ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି I ଅଂଳାପାଳ ଉପ୍ରା ପ୍ରାଥମିକ ବିଦ୍ୟାଳୟ ରେ ତିନି ଜଣ ପିଲା ପ୍ରବେଶିକା ପରୀକ୍ଷା ଦେଇଥିବା ବେଳେ ପଦ୍ମଲୋଚନା ମାଝୀ ଉତ୍ତିର୍ଣ୍ଣ ହୋଇଥିବା ବେଳେ ଲକ୍ଷ୍ମୀପ୍ରିୟା ମାଝୀ ଙ୍କୁ ଅନୁସୂଚିତ ଜାତି (ଏସ୍ ସି) ସିଟ୍ ରେ ୨୦ ନମ୍ବର ରଖିଥିବା ସତ୍ତ୍ୱେ କମ୍ ମାର୍କ ପିଲାଙ୍କୁ ସ୍ତାନ ମିଳିଥିବା ବେଳେ ଲକ୍ଷ୍ମୀପ୍ରିୟା ସ୍ତାନ ନମିଳିବା ପିତା ସମୀର ମାଝୀ ଅଭିଯୋଗ କରିଛନ୍ତି I

ଏସି ସିଟ୍ ରେ ଛାତ୍ ଙ୍କୁ ୨୫ ମାର୍କ ରେ ଚୟନ କରିଥିବା ବେଳେ ଛାତ୍ରୀଙ୍କୁ ୧୮ ମାର୍କ ରୁ ଚୟନ କରାଯାଇଛି I ଲକ୍ଷ୍ମୀପ୍ରିୟା ଙ୍କ  ନମ୍ବର ୨୦ ମାର୍କ ଥିବା ସତ୍ତ୍ୱେ ଲିଙ୍ଗି ପରିବର୍ତ୍ତନ ହୋଇଥିବା ହେତୁ ବାଦ୍ ପଡିଥିବା ଜଣାପଡ଼ିଛି I 

ଅଡ଼ ମିଟି କାର୍ଡ ଆରମ୍ଭ ରୁ ପରୀକ୍ଷା ସମ୍ପୂର୍ଣ୍ଣ ହେବା ଓ ରେଜଲ୍ଟ ପ୍ରକାଶ ପାଇବା ପର୍ଯ୍ୟନ୍ତ ସ୍କୁଲ୍ କର୍ତ୍ତୁପକ୍ଷଠୁ ଆରମ୍ଭ କରି ଉପରିସ୍ଥ ଅଧିକାରୀ ପର୍ଯ୍ୟନ୍ତ କେମିତି କାହା ନଜରରେ ଆସିପାରିଲା ନାହିଁ ସାଧାରଣ ରେ ପ୍ରଶ୍ନ ବାଚି ସ୍ରୁଷ୍ଟି ହେଉଛି I

Leave A Reply

Your email address will not be published.

eleven − 8 =