ଅହମଦିୟା ମହିଳା ସଂଗଠନ ତରଫରୁ ଆବାସିକ କନ୍ୟା କେନ୍ଦ୍ରରେ ଖାଦ୍ୟ ସାମଗ୍ରୀ ବଣ୍ଟନ !

ଢ଼େଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଗୁଣ୍ଡିଚାପଡ଼ା ସ୍ଥାନୀୟ ଅହମଦିୟା ମୁସଲିମ ମହିଳା ସଂଗଠନ ଲଜନା ଇମାଇଲ୍ଲାହ୍ ତରଫରୁ ଅସ୍ପାୟାର୍ ଅର୍ଗାନାଇଜେସନ ସଞ୍ଚାଳିତ ଆବାସିକ କନ୍ୟା କେନ୍ଦ୍ରରେ ୫୦ ରୁ ଅଧିକ ଛାତ୍ରୀ ମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି। ମହିଳା ସଭାନେତ୍ରୀ ଜମିଲା ବେଗମ କହନ୍ତି ଯେ ପବିତ୍ର କୋରାନର ପ୍ରଥମ ଅଧ୍ୟାୟ ରେ ଅଲ୍ଲାହ୍ ପରମବ୍ରହ୍ମ ବର୍ଣ୍ଣନା କରନ୍ତି “ସେହି ବ୍ୟକ୍ତି ପ୍ରକୃତରେ ପୁଣ୍ୟବାନ୍ ଯେ ଅନ୍ତଃ, ଅନ୍ତିମ ଦିବସ, ଦେବଦୂତମାନଙ୍କ ଉପରେ, (ଧର୍ମ) ଗ୍ରନ୍ଥ ଓ ସବୁ ନବିଙ୍କ ଉପରେ ବିଶ୍ଵାସ କରେ ଏବଂ ତାହାଙ୍କୁ (ଅର୍ଥାତ୍ ଅଳ୍ପାଙ୍କୁ) ପ୍ରେମ କରିବା ହେତୁ ଆତ୍ମୀୟ ସ୍ଵଜନ, ଅନାଥ, ଦରିଦ୍ର, ପଥିକ, ଭିକ୍ଷୁକ ତଥା କ୍ରୀତଦାସମାନଙ୍କ (ସ୍ଵାଧୀନତା ଲାଭ) ପାଇଁ (ଆପ୍ରାଣ) ଧନ ବ୍ୟୟକରେ।ସୁତରାଂ ପବିତ୍ର କୋରାନର ଆଦେଶାନୁସାରେ ଗରିବ ଅସହାୟଙ୍କ ସେବାକୁ ପରମ ପୁଣ୍ୟ ମନେକରି ଅହମଦିୟା ମୁସଲିମ ମହିଳା ସଂଗଠନର ସଦସ୍ୟାମାନେ ଏଭଳି ସାମାଜିକ କାର୍ଯ୍ୟରେ ଦିନ ପ୍ରତିଦିନ ଅଗ୍ରସର।ଏହି କାର୍ଯ୍ୟକ୍ରମରେ ମହିଳା ସଂଗଠନ ଗୁଣ୍ଡିଚାପଡ଼ା (କ) ର ସଭାନେତ୍ରୀ ଜମିଲା ବିବି ସହିତ କୁଲଶୁମ ବେଗମ, ଖତିଜା ବେଗମ, ଆଫିୟା ସରିଫ, ନୁରଜାହାଁ ବିବି, ୟାସମିନ ବେଗମ, ଖାତୁନ ବେଗମ ତଥା ରୌଶନା ବେଗମ ପ୍ରମୁଖ ଯୋଗଦାନ କରିଥିଲେ।

Leave A Reply

Your email address will not be published.

15 + 6 =