ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ନନ୍ଦିନୀ ଶତପଥୀଙ୍କ ଶ୍ରାଦ୍ଧ ଦିବସ ପାଳିତ !


ଢେଙ୍କାନାଳ- ସାହିତ୍ୟିକା, ଲେଖିକା, ବିଶ୍ୱପରିଚିତା ଓଡିଶାର ପୂର୍ବତନ ମହିଳା ମୁଖ୍ୟମନ୍ତ୍ରୀ ତଥା ବହ୍ନି କନ୍ୟା ନନ୍ଦିନୀ
ଶତପଥୀଙ୍କ ୧୮ତମ ଶ୍ରାଦ୍ଧ ଦିବସ “ଆମ ପ୍ରତିଭା ଆମ ସମ୍ମାନ” ପକ୍ଷରୁ ମୁଖ୍ୟ ଷ୍ଟାଡିୟମ ନିକଟ ନନ୍ଦିନୀ ଦେବୀଙ୍କ ପ୍ରତିମୂର୍ତୀ ଠାରେ ପାଳିତହୋଇଯାଇଅଛି । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଢେଙ୍କାନାଳର ପୂର୍ବତନ ସାଂସଦ ମହେଶ ସାହୁଙ୍କ ଉପସ୍ଥିତିରେ ଅନୁଷ୍ଠାର ସମସ୍ତ ସଦସ୍ୟ ସକାଳ୭ ଘଟିକାରେ ନନ୍ଦିନୀ ଦେବୀଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିଥିଲେ । ଉପସ୍ଥିତ ଭଦ୍ରବ୍ୟକ୍ତିଙ୍କୁ ପୂର୍ବତନ ସାଂସଦ ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେସ୍ୱର୍ଗତା ନନ୍ଦିନୀ ଦେବୀ ଜଣେ ଦକ୍ଷ ପ୍ରଶାସିକା, ସଂସ୍କାରିକା, ଲେଖିକା ଭାବେ ସମଗ୍ର ଭାରତବର୍ଷ ଓ ବିଶ୍ୱରେ ପରିଚିତ । ସେ ଯେକୌଣସି
ସରକାରୀ ଓ ବେସରକାରୀ କାର୍ଯ୍ୟ କରନ୍ତି, ପ୍ରଗାଢ ନିଷ୍ଠାର ସହିତ ଯିଦ୍ଦି କରି ଶେଷ କରିଥାନ୍ତି । ସେଥିପାଇଁ ତାଙ୍କ ରାଜନୈତିକ କାର୍ଯ୍ୟକାଳସମୟରେ ଅନେକ ବରିଷ୍ଠ ତୁଙ୍ଗନେତା ଓ ପ୍ରଶାସକମାନେ କୁହନ୍ତି, ନନ୍ଦିନୀ ଦେବୀ ତାଙ୍କ ଯିଦ୍‌ଖୋର ପାଇଁ ସମଗ୍ର ଭାରତରେ ନିଜର ସ୍ୱତନ୍ତ୍ରପରିଚୟ ସୃଷ୍ଟି କରିଛନ୍ତି । ସେ ଯିଦ୍ଦିରେ ସାଧାରଣ ଜନତାଙ୍କ ପାଇଁ ଯେଉଁ କାମ କରିଥାନ୍ତି, ତାକୁ ସଫଳ କଲା ପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିଥାନ୍ତି । ଏହି ମହାନ୍ ଦିବସରେ ସମଗ୍ର ଓଡିଶାବାସୀ ତାଙ୍କ ଶ୍ରାଦ୍ଧ ଦିବସରେ ଆନ୍ତରିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି ।ଢେଙ୍କାନାଳର ବିକାଶ କ୍ଷେତ୍ରରେ ଶ୍ରୀମତୀ ଶତପଥୀଙ୍କ ଅବଦାନକୁ ଅନ୍ୟ ବକ୍ତାଗଣ ଶ୍ରଦ୍ଧାର ସହ ସ୍ମରଣ କରିଥିଲେ ।

Leave A Reply

Your email address will not be published.

18 + 2 =