ହିନ୍ଦୋଳ ସାତମାଇଲ ଠାରେ ଓଡ଼ିଆ ସାମ୍ବାଦିକ ଦିବସ ଓ ଓଡିଶାର ପ୍ରଥମ ମହିଳା ମୂଖ୍ୟମନ୍ତ୍ରୀ ଶ୍ରୀମତି ନନ୍ଦୀନି ଶତପଥୀ ଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ !

ଢ଼େଙ୍କାନାଳ- ହିନ୍ଦୋଳ ସାତମାଇଲ ଠାରେ ଥିବା ବିଜୁଜନତା ଦଳ କାର୍ଯ୍ୟଳୟ ପରିସରରେ ଓଡ଼ିଆ ସାମ୍ବାଦିକ ଦିବସ ଓ ଓଡିଶାର ପ୍ରଥମ ମହିଳା ମୂଖ୍ୟମନ୍ତ୍ରୀ ଶ୍ରୀମତି ନନ୍ଦୀନି ଶତପଥୀ ଙ୍କ ଶ୍ରାଦ୍ଧବାର୍ଷିକୀ ଢେଙ୍କାନାଳର ପୂର୍ଵତନ ସାସଂଦ ତଥା ଆଗେଇବା ସମ୍ବାଦପତ୍ର ସମ୍ପାଦକ ମହେଶ ସାହୁଙ୍କ ଅଧକ୍ଷତାରେ ଆୟୋଜିତ ହୋଇ ଯାଇଛି । ଏଥିରେ ହିନ୍ଦୋଳ ବ୍ଲକ ପୂର୍ଵତନ ଅଧକ୍ଷ ପ୍ରିୟରଞ୍ଜନ ମହାନ୍ତ, ଆମ ପ୍ରତିଭା ଆମ ସ୍ନମାନର ସଦସ୍ୟ ପ୍ରଶାନ୍ତ ଦାସ ,ଶ୍ରୀକାନ୍ତ ମହାପାତ୍ର ଏବଂ ଦେବୀ ପ୍ରସାଦ ପଟ୍ଟନାୟକ ଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ ।ଏହି ଅବସରରେ ହିନ୍ଦୋଳର ବହୁ ବିଶିଷ୍ଠ ସାମ୍ବାଦିକ ମାନେ ଯୋଗଦେଇ ନନ୍ଦିନୀ ଦେବୀଙ୍କ ବହୁ ମୁଖି ପ୍ରତିଭା ଉପରେ ଆଲୋକପାତ କରିଥିଲେ। ଆଜି ଓଡ଼ିଆ ସାମ୍ବାଦିକ ଦିବସକୁ ପାଳନ କରାଯିବା ନେଇ ସାମ୍ବାଦିକ ବିକ୍ରମ ସାହୁ ନନ୍ଦିନୀ ଦେଵୀ ଢେଙ୍କାନାଳ ଜିଲ୍ଲା ପାଇଁ ଗର୍ବ ବୋଲି ଅଭିହିତ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ୧୮୬୬ ମସିହା ଅଗଷ୍ଟ ୪ ତାରିଖ ଦିନ ଓଡ଼ିଶା ର ପ୍ରଥମ ସମ୍ବାଦପତ୍ର ଉତ୍କଳ ଦୀପିକା ପ୍ରକାଶିତ ହୋଇଥିଲା।ଏହି ପରିପ୍ରେକ୍ଷୀରେ ବହୁ ପ୍ରତିଷ୍ଠିତ ସାମ୍ବାଦିକ ଏବଂ ବହୁ ପ୍ରତିଭା ସମ୍ପର୍ଣ୍ଣ ବ୍ୟକ୍ତି ମାନଙ୍କୁ ଶ୍ରୀ ସାହୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ।

Leave A Reply

Your email address will not be published.

nineteen − ten =