ଭୁବନ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଙ୍କ ସ୍ବାଗତ ଉତ୍ସବ ଅନୁଷ୍ଠିତ !

ଢ଼େଙ୍କାନାଳ : ଭୁବନ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ନବାଗତ ଛାତ୍ରୀଙ୍କୁ ଦ୍ଵିତୀୟ ବର୍ଷ ଛାତ୍ରୀ ମାନେ ଫୁଲ ଚନ୍ଦନ ଦେଇ ସ୍ବାଗତ ଜଣାଇଛନ୍ତି । ଯୁକ୍ତ ଦୁଇ ଅଧ୍ୟକ୍ଷା ସୁପ୍ରିମୟୀ ସେନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସ୍ବାଗତ ଉତ୍ସବ ରେ ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରି ଶୃଙ୍ଖଳିତ ହୋଇ ମନ ଦେଇ ପାଠ ପଢି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ପିତା ମାତା ଓ ବିଦ୍ୟାଳୟର ନାମ ଉଜ୍ବଳ କରିବାକୁ ଆହ୍ବାନ ଦେଇଥିଲେ। ଅର୍ଥନୀତି ବିଭାଗ ଅଧ୍ୟାପିକା ମଞ୍ଜୁଷା ମଞ୍ଜରୀ ମିଶ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଥିବା ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା କରିବା ସହ କୃତୀ ଛାତ୍ରୀ ମାନଙ୍କର ଉଦାହରଣ ଦେଇ ନବାଗତ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ବିଭାଗ ଅଧ୍ୟାପକ ସୁଧାଂଶୁ ଶେଖର ଓଝା ଙ୍କ ସମେତ ସୁଧାଂଶୁ ବେହେରା ଓଡ଼ିଆ ଅଧ୍ୟାପିକା ନମିତା ଦ୍ବିବେଦୀ ,ବିଶ୍ଵ ଭୂଷଣ ବେହେରା, ବାସନ୍ତୀ ବେହେରା,ବରିଷ୍ଠ କିରାଣୀ ବିଜୟ କୁମାର ପୃଷ୍ଟି,ସୁରେନ୍ଦ୍ର ଗୁରୁ,ଗଦାଧର ଦାସ,ମହେଶ୍ୱର ବୈଶାଖ,ପ୍ରଫୁଲ୍ଲ ଦାସ ,ସୁକାନ୍ତି ନାୟକ ସହଯୋଗ କରିଥିବା ବେଳେ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ,କର୍ମଚାରୀ ଉପସ୍ଥିତ ଥିଲେ । ଇଂରାଜୀ ଅଧ୍ୟାପିକା ଡ଼ଃ ତେଜସ୍ଵୀନି ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରାଜନୀତି ବିଜ୍ଞାନ ଅଧ୍ୟାପିକା ପ୍ରଣତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

seventeen + 5 =