ଭୁବନ ଅଧ୍ୟାପକ ଶାନ୍ତନୁ ମିଶ୍ର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା !

ଢ଼େଙ୍କାନାଳ – ଭୁବନ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ଶାନ୍ତନୁ ମିଶ୍ର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଯୁକ୍ତ ଦୁଇ ଅଧ୍ୟକ୍ଷା ସୁପ୍ରିମୟୀ ସେନ ଙ୍କ ସଭାପତିତ୍ବ ଓ ଅଧ୍ୟାପିକା ପ୍ରଣତୀ ବେହେରା ଙ୍କ ସଂଯୋଜନାରେ ଅନୁଷ୍ଠିତ ବିଦାୟ ସମ୍ବର୍ଦ୍ଧନା ସଭାରେ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ ଦାସ ମୁଖ୍ୟ ଅତିଥି,ଯୁକ୍ତ ଦୁଇ ପୂର୍ବତନ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପୋଥାଳ,ପୂର୍ବତନ ସମ୍ପାଦକ ଦେବବ୍ରତ ପୃଷ୍ଟି,ଅଧ୍ୟାପିକା ଡ଼ଃ ମମତା ପାତ୍ର ,ଅଧ୍ୟାପକ ସୁଧାଂଶୁ ଶେଖର ଓଝା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଧ୍ୟାପକ ଶାନ୍ତନୁ ମିଶ୍ର ଙ୍କ ଶିକ୍ଷାଦାନ ଶୈଳୀ କୁ ଉଚ୍ଚ ପ୍ରଶଂସା କରିବା ସହ କର୍ମମୟ ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ ଓ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ବିଦାୟୀ ଅଧ୍ୟାପକ ଶ୍ରୀଯୁକ୍ତ ମିଶ୍ର ନିଜ ଅଭିଭାଷଣ ରେ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା ସମୟରୁ ଆଜି ପର୍ଯ୍ୟନ୍ତ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ । ଓଡ଼ିଆ ଅଧ୍ୟାପିକା ନମିତା ଦ୍ବିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ କିରାଣୀ ବିଜୟ କୁମାର ପୃଷ୍ଟି,ସୁରେନ୍ଦ୍ର ଗୁରୁ,ମହେଶ୍ୱର ବୈଶାଖ,ପ୍ରଫୁଲ୍ଲ ଦାସ ସହଯୋଗ କରିଥିବା ବେଳେ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ,କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

10 + sixteen =