ଭୁବନ ପ୍ରଧାନ ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା !

ଢ଼େଙ୍କାନାଳ – ଭୁବନ ଏନ୍ ଏ ସି ଅନ୍ତର୍ଗତ ଭିତରଦିଗ ପଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନ ମୋହନ ପୃଷ୍ଟି ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଶିକ୍ଷକ ସଂଘ ସଭାପତି ସଞ୍ଜୟ ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଦୈତ୍ୟ ସାମଲ, ସମ୍ମାନିତ ଅତିଥି ଭାବେ ଏ ବି ଇ ଓ ପୁଷ୍ପାଞ୍ଜଳି ମିଷ୍ର, ସୁମତି ପ୍ରଧାନ,ଅବସରପ୍ରାପ୍ତ ବରିଷ୍ଠ କିରାଣୀ ଗଣେଶ୍ୱର ପୃଷ୍ଟି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନ୍ତୋଷ ପୋଥାଳଯୋଗଦେଇ ଶିକ୍ଷକ ଶ୍ରୀଯୁକ୍ତ ପୃଷ୍ଟି ଙ୍କ କର୍ମମୟ ଜୀବନ ସମ୍ପର୍କରେ ଆଲୋଚନା କରିବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଶ୍ରୀଯୁକ୍ତ ପୃଷ୍ଟି ନିଜ କୋହଭରା କଣ୍ଠରେ ୧୯୮୯ ମସିହା ସେପ୍ଟେମ୍ବର ୧୫ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୩୫ ବର୍ଷ ନିଜ ଶିକ୍ଷକତା ଜୀବନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ପ୍ରଧାନ ଶିକ୍ଷକ ମନ ମୋହନ ପୃଷ୍ଟି ଙ୍କୁ ପ୍ରଶଂସା ପତ୍ର, ପୁଷ୍ପଗୁଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯିବା ସହ ଉପହାର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.

seventeen − seven =