ଢ଼େଙ୍କାନାଳ କ୍ରୀଡା ଘୋଷକ ଅମୀୟ ଚାନ୍ଦଙ୍କୁ ଡକ୍ଟରେଟ୍ ସମ୍ମାନ ପ୍ରଦାନ !


ଢେଙ୍କାନାଳ : ନିଉ ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବ୍ ଅପ୍ ଇଣ୍ଡିଆ ଠାରେ ଆଇକନିକ୍ ପିସ୍‌ ଆୱାର୍ଡ କାଉନ୍‌ସିଲ୍ ତରଫରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଗୋଆ ରାଜ୍ୟର ଶିଶୁ କଲ୍ୟାଣବିଭାଗର ବିଚାରପତି ଡକ୍ଟର ସାୟୋନାରା ଟେଲାସ୍ ଲାଡ୍ ସମ୍ମାନୀୟ ଅତିଥି ଭାବେ ଉପସ୍ଥିତ ରହିଓଡିଶାର ଖ୍ୟାତି ସଂପନ୍ନ ଆନ୍ତର୍ଜାତୀୟ କ୍ରୀଡା ଘୋଷକ ଅମୀୟ କୁମାର ଚାନ୍ଦଙ୍କୁ କ୍ରୀଡା ଓ ସମାଜ ସେବା
ପାଇଁ ହନରାରି ଡକ୍ଟରେଟ୍ ଆୱାର୍ଡ ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ଶ୍ରୀ ଚାନ୍ଦ ରାଜ୍ୟ ତଥା ଦେଶରପ୍ରଥମ କ୍ରୀଡା ଘୋଷକ ଭାବେ ଏହି ଡକ୍ଟରେଟ୍ ସମ୍ମାନ ପାଇ ରାଜ୍ୟ ପାଇଁ ଗୌରବ ଆଣିବା ସହିତସମଗ୍ର ଦେଶରେ ଏକ ପରିଚୟ ସୃଷ୍ଟି କରିଛନ୍ତି । ଏହି ସମ୍ମାନ ପାଇଥିବାରୁ ରାଜ୍ୟ ତଥା ଦେଶର ବିଭିନ୍ନମହଲରୁ ଶ୍ରୀ ଚାନ୍ଦଙ୍କୁ ଶୁଭେଛା ଓ ଅଭିନନ୍ଦନର ବାର୍ତାର ସୁଅ ଛୁଟୁଛି ।

Leave A Reply

Your email address will not be published.

2 × four =