ଢ଼େଙ୍କାନାଳ ଆମ୍ ଆଦମୀ ପାର୍ଟି ର ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ !

ଢେଙ୍କାନାଳ: ଜିଲ୍ଲା ଆମ୍ ଆଦମୀ ପାର୍ଟି ର ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହେଇଯାଇଛି। ଏହି ସମ୍ମିଳନୀରେ ଆପ୍ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ମୁଖ୍ୟ ଅତିଥି ଓ କେନ୍ଦ୍ରାପଡା ଜିଲ୍ଲା ସଭାପତି ସଂଦୀପ୍ତ ଦାଶ ଓ ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ଭରତ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ଓ ଜାତୀୟ ସଙ୍ଗୀତ ଗାନ କରି ସମ୍ମିଳନୀ କାର୍ଯ୍ୟ ଆରମ୍ଭ ହୋଇଥିଲା । ଜିଲ୍ଲା ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଜିଲ୍ଲା ସଭାପତି ପଙ୍କଜ ନାୟକ ନିର୍ବାଚନରେ ଅକ୍ଲାନ୍ତ ପରିଶ୍ରମ କରିଥିବା କର୍ମୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ ଓ ନିର୍ବାଚନରେ ଆପ୍ ର ସ୍ଥିତି ବିଷୟରେ ଆଲୋଚନା କରିଥିଲେ l କିଛି ଅସାଧୁ ପ୍ରଶାସନିକ ଅଧିକାରୀ ଦୁର୍ନୀତି ଗ୍ରସ୍ତ ନେତା ମନ୍ତ୍ରୀ ମାନଙ୍କ ଚାତ୍ରଛାୟାରେ ସରକାରୀ ରାଜକୋଷକୁ ଲୁଟୁଥିବା ବେଳେ ଟାକ୍ସ ଦେଇ ଦେଇ ଗରିବ ମଧ୍ୟବିତ୍ତ ଲୋକଙ୍କମେରୁଦଣ୍ଡ ଭାଙ୍ଗିପଡିଛି l ଆଳୁ, ପିଆଜ ଓ ପନିପରିବା ଦରଦାମ୍ ଆକାଶ ଛୁଆଁ ହୋଇଥିବାରୁ ଗରିବ ଲୋକ ମୁହଁରୁ ତରକାରୀ ଶବ୍ଦ ଉଭାନ ହୋଇଗଲାଣି । ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ଭରତ କୁମାର ଦାସ ଓ କେନ୍ଦ୍ରାପଡା ଜିଲ୍ଲା ସଭାପତି ଶ୍ରୀ ସଂଦୀପ୍ତ ଦାସ ଉପସ୍ଥିତ କର୍ମୀମାନଙ୍କୁ ସଂଗଠନର ଉପାଦେୟତା ଓ ଉପକାରିତା ବିଷୟରେ ଆଲୋକପାତ କରାଇଥିଲେ। ରାଜ୍ୟ ସଭାପତି ଶ୍ରୀ ମହାପାତ୍ର ଆମ୍ ଆଦମୀ ପାର୍ଟିର ନୀତି ଆଦର୍ଶ ବିଷୟରେ ସମସ୍ତ କର୍ମୀଙ୍କୁ ଜଣାଇଥିଲେ। ଶ୍ରୀ ମହାପାତ୍ର କହିଥିଲେ ଆମ ଆଦମୀ ପାର୍ଟି ସାଧାରଣ ଜନତାଙ୍କର ଦଳ, ଯେଉଁଠି ଗରିବ ଘରର ପୁଅ ଝିଅ ମାନେ ମଧ୍ୟ ନିର୍ବାଚନ ଲଢ଼ି ଜନତାଙ୍କ ସେବା କରିପାରିବେ। ପ୍ରଥମେ ନିଜ ଘରଲୋକଙ୍କ ସହିତ ଦଳର ଆଭିମୁଖ୍ୟ ଆଲୋଚନା କରିବା ଏବଂ ପରେ ସାହି ପଡ଼ିଶା, ଗ୍ରାମ ପଞ୍ଚାୟତ ଓ ବ୍ଲକ ସ୍ତରରେ ଆମ୍ ଆଦମୀର ଶକ୍ତି ସମ୍ପର୍କରେ ଆଲୋଚନା କରି ଦଳର ସଂଗଠନକୁ ମଜବୁତ କରିବାପାଇଁ ଗୁରୁମନ୍ତ୍ର ଦେଇଥିଲେ l ବିନା ଦୋଷରେ ଆପ୍ ର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲରେ ରଖିବା କେବଳ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କର ଭୟ ବୋଲି କହିଥିଲେ l ଏହି ସମ୍ମିଳନୀରେ ୫୦ରୁ ଉର୍ଦ୍ଧ୍ବ ନୂତନ କର୍ମୀଙ୍କୁ ଦଳର ଉତ୍ତରୀୟ ଦେଇ ରାଜ୍ୟ ସଭାପତି ଶ୍ରୀ ମହାପାତ୍ର ଦଳରେ ସାମିଲ କରେଇବା ସହିତ ବିଭିନ୍ନ ପଞ୍ଚାୟତ, ଜୋନ ଓ ବ୍ଲକର ଦାୟିତ୍ୱ ପ୍ରଦାନ କରିଥିଲେ। ପୌରାଞ୍ଚଳର ଉତ୍କଳ ଭାରତ ରୁ ପୂର୍ବତନ ବିଧାୟକ ପ୍ରାର୍ଥୀ ଦେବାଶିଷ ନନ୍ଦ (ରିଙ୍କୁ), ଉମାନନ୍ଦ ସାହୁ, ସୁଭଦ୍ରା (ଟିକିନା ) ବେହେରା ଓ ଶକ୍ତିରଞ୍ଜନ ମହାପାତ୍ର, ଓଡ଼lପଡା ବ୍ଲକର ରାଜେଶ ପରିଡା,କୃଷ୍ଣ ଭୁତିଆ, ଟୁନା ନାଏକ, ଶ୍ରୀବତ୍ସ ନାଏକ, ପରଜଙ୍ଗ ବ୍ଲକର ସୁଶାନ୍ତ ସାହୁ, ସରୋଜ ଧଳ, ହିନ୍ଦୋଳ ବ୍ଲକର ରୁନୁବାଳା ଚିନାରା, ଦେବାଶିଷ ପ୍ରଧାନ, ମହେଶ୍ୱର ସାହୁ, କଙ୍କଡ଼ାହାଡ଼ ବ୍ଲକର ସୁବାସ ପଧାନ, ପାଞ୍ଚ ଜଣ ଅବସର ପ୍ରାପ୍ତ ସୈନିକ ଯଥା : ଗଣେଶ୍ୱର ପରିଡା, ରତିରଞ୍ଜନ ଜେନା, ପ୍ରଦୀପ ଧୀର, ଦୁଷ୍ମନ୍ତ ମହାନ୍ତି, ଅର୍ଧେନ୍ଦୁ ଶେଖର ବରାଳ ପ୍ରମୁଖ ନୂତନ ଭାବେ ଯୋଗ ଦେଇଥିଲେ l ଅନୁଗୋଳ ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିକ୍ରମ ରାଉତ, ରାଜକୁମାର ପ୍ରଧାନ, ଗଁଦିଆ ବ୍ଲକ ସଭାପତି ଶେଷଦେବ ବେହେରା, ସଦସ୍ୟ ଅମର ବେହେରା, ବିକାଶ ଦାସ, କୃପାସିନ୍ଧୁ ଦେହୁରୀ, ସଦର ବ୍ଲକ ପର୍ଯ୍ୟବେକ୍ଷକ ଅନିଲ ସାମଲ, ସଦସ୍ୟ ଜୟନ୍ତ ଦାସ, ପ୍ରସନ୍ନ ବରାଳ, ପ୍ରମୋଦ ସାହୁ, ସନାତନ ନାଏକ, ଲକ୍ଷ୍ମଣ ନାଏକ, ସୁମନ୍ତ ଗୋଛାୟତ, ସଂଯୁକ୍ତା ମହାପାତ୍ର, ଇଂ ପିତାମ୍ବର ଦାସ, ମୁନିସିପାଲିଟିର ଚିନ୍ମୟ ସେନାପତି, ପିତାମ୍ବର ସାମନ୍ତରାୟ, ନିଶlମଣୀ ସାମନ୍ତରାୟ, ରଚିତା ନାଏକ, ମିନତୀ ବେହେରା ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l ଶେଷରେ ଜିଲ୍ଲା ଉପସଭାପତି ଜିତେନ୍ଦ୍ର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

Leave A Reply

Your email address will not be published.

ten + nine =