ମାର୍ଥାପୁର ସରସ୍ୱତୀ ଶିଶୁମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା !

ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ସରସ୍ୱତୀ ଶିଶୁମନ୍ଦିର ପରିସରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି I ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗଦାଧର ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ I ଏହି ବିଜ୍ଞାନ ମେଳାରେ ୧୧୧ ଟି ପ୍ରକଳ୍ପ ସ୍ଥାନ ପାଇଥିଲା l ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପାତ୍ର, ସମ୍ପାଦକ ହୃଦାନନ୍ଦ ନନ୍ଦ ଶତପଥୀ. ଉପ ସଭାପତି କାମାକ୍ଷା ପ୍ରସାଦ ସାହୁ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ I ବିଦ୍ୟଳୟ ର ପ୍ରଧାନ ଆଚାର୍ଯ୍ଯ ସୁଶ୍ରୀ ମମତା ମିଶ୍ର ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିଲେ l ସମସ୍ତ ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରୁ ସମ୍ପାଦନା କରିଥିଲେ l

Leave A Reply

Your email address will not be published.

fifteen − six =