ବିଧାୟକ ଙ୍କୁ ସମ୍ବର୍ଦ୍ଧନା : ବୃକ୍ଷ ରୋପଣ ଓ କାରଗିଲ ବିଜୟ ଦିବସ ପାଳିତ !

ଢ଼େଙ୍କାନାଳ : ଭୁବନର ବିଭିନ୍ନ ଅନୁଷ୍ଠାନ ତରଫରୁ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।ଭୁବନର ସର୍ବ ପୁରାତନ ବେସରକାରୀ ବିଦ୍ୟାଳୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ତରଫରୁ କାମାକ୍ଷାନଗର ର ମାନ୍ୟବର ବିଧାୟକ ଶତ୍ରୁଘ୍ନ ଜେନା ଙ୍କୁ ବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ବେହେରା ବିଧାୟକ ଙ୍କୁ ପୁଷ୍ପଗୁଛ ,ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପ୍ରାରମ୍ଭରେ ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ବାଦ୍ୟଯନ୍ତ୍ର ସାହାଯ୍ୟରେ ବିଧାୟକଙ୍କୁ ସ୍ବାଗତ କରାଯାଇଥିଲା । ବିଦ୍ୟାଳୟ ପରିସରରେ ଥିବା ଶ୍ରୀ ଅରବିନ୍ଦ ଙ୍କ ପବିତ୍ର ଦେହାଂଶ ପ୍ରତିଷ୍ଠା ପୀଠ ପରିଦର୍ଶନ କରି ଧୂପ ଦେଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଶେଷରେ ବିଦ୍ୟାଳୟ ପରିସରରେ ବିଧାୟକ ଶ୍ରୀ ଜେନା ବୃକ୍ଷ ରୋପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଭାପତି ହୃଷିକେଶ ସାହୁ, ଉପ ସଭାପତି ବ୍ରହ୍ମାନନ୍ଦ ସାହୁ,ସମ୍ପାଦକ ବିଶ୍ଵ ଭୂଷଣ ବେହେରା,ସଦସ୍ୟ ବେଣୁଧର ଗୁରୁ,ବିପିନ ବିହାରୀ ଦାସ,ଗଣେଶ୍ୱର ମେହେଣା ଙ୍କ ସମେତ ସମସ୍ତ ଅପା,ଭାଇ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ । ଏହା ପରେ ବରିଷ୍ଠ ନାଗରିକ ସଂଘ ଓ ଶେଷରେ ଭୁବନ ଉଚ୍ଚ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଧାନଶିକ୍ଷକ ରୁଦ୍ର ନାରାୟଣ ସାମଲ,ପରିଚାଳନା କମିଟି ସଭାପତି କେଦାର ଦାସଙ୍କ , ନଗର ପାଳ ଶୁଭେନ୍ଦୁ ସାହୁ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ଉଚ୍ଚ ବିଦ୍ୟାଳୟ ଛାତ୍ରଙ୍କ ଦ୍ଵାରା କାରଗିଲ ବିଜୟ ଦିବସ ପାଳନ କରାଯାଇଥିଲା । ୩ ଶହ ମିଟର ର ତ୍ରିରଙ୍ଗା ଶୋଭାଯାତ୍ରା ସହର ପରିକ୍ରମା କରାଯାଇଥିଲା ।

Leave A Reply

Your email address will not be published.

three × three =