୧୯ତମ ବାର୍ଷିକ ଉତ୍ସବରେ ନାରୀରତ୍ନ ସମ୍ମାନରେ ସମ୍ମାନିତ ହେଲେ ଭୁବନ ପୂର୍ବତନ ଅଧ୍ଯକ୍ଷା କବିତା ବାରିକ !

ଢ଼େଙ୍କାନାଳ : ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ରାଜ୍ଯ ସ୍ତରୀୟ ମାତୃ ସମିଳନୀରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ, ସମ୍ମାନିତ ଅତିଥି ଭୁବନ ଏନ୍ଏସି ର ପୂର୍ବତନ ଅଧ୍ୟକ୍ଷା କବିତା ବାରିକ, ସୁକିନ୍ଦା ବ୍ଲକ ର ପୂର୍ବତନ ଅଧ୍ୟକ୍ଷା ଭାଗବତି ମହାନ୍ତ, ରାୟବା ବେଗମ, ବାସ୍ତୁବିଜ୍ଞାନୀ ଡକ୍ଟର ସୁଚେତା ରାଉତ , ସୁଧାଂଶୁ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଓମେନ୍ସ ସଂସ୍ଥାର ସଭାନେତ୍ରୀ ସରୋଜିନୀ ମହାନ୍ତି, ଅନୁଷ୍ଠାନ ର ମୁଖ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ସାମାଜିକ କ୍ଷେତ୍ରରେ ଆର୍ଥିକ ବିକାଶ ପାଇଁ ମହିଳା ଙ୍କ ଅବଦାନ, ସାଂସ୍କୃତିକ କ୍ଷେତ୍ରରେ ମହିଳା ଙ୍କ ଭାଗିଦାରିତା ସଂପର୍କରେ ରେ ଆଲୋକପାତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ବିନୟ ପଟ୍ଟନାୟକ, କୃଷ୍ଣପ୍ରସାଦ ବାରିକ, ପୂର୍ଣ୍ଣ ଚନ୍ଦ୍ର ସାହୁ। ମହିଳା ଙ୍କୁ ସଶକ୍ତିକରଣ କ୍ଷେତ୍ରରେ ସଂଗ୍ରାମି ମହିଳା ମୋର୍ଚାର ର ଢେଙ୍କାନାଳ ଜିଲା ସଭାନେତ୍ରୀ ତଥା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ର ପୂର୍ବତନ ନଗରପାଳ କବିତା ବାରିକ ଙ୍କୁ ନାରୀ ରତ୍ନ୍ ସମ୍ମାନ ରେ ସମ୍ମାନିତ କରାଯାଇଥିଲା।

Leave A Reply

Your email address will not be published.

20 − 18 =