ହିନ୍ଦୋଳ ଜନତାଙ୍କ ହକ ପାଇଁ ପୂର୍ବତନ ସାଂସଦ ମହେଶ ସାହୁ ରାଜରାସ୍ତାରେ !


ଢେଙ୍କାନାଳ ଜିଲ୍ଲାର ପୂର୍ବତନ ବିଜେଡି ସାଂସଦ ମହେଶ ସାହୁ ରାଜରାସ୍ତାରେ ଏବେ ଜନତାଙ୍କ ହକ ପାଇଁ। ମହେଶ ପୂର୍ବରୁ ଜିଲ୍ଲାପାଳ,ଏସପି,ବିଭିନ୍ନ ଉପଖଣ୍ଡ ଉପଜିଲ୍ଲାପାଳ, ଏସଡିପିଓ ମାନଙ୍କୁ ବିଭିନ୍ନ ପ୍ରସଙ୍ଗର ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। ଢେଙ୍କାନାଳ-ଅନୁଗୋଳ ଜିଲ୍ଲାରେ ଏବଂ ହିନ୍ଦୋଳ ନିର୍ବାଚନମଣ୍ଡଳୀରେ ଥିବା ବିଭିନ୍ନ କମ୍ପାନୀ ମାନଙ୍କ ଅଣଦେଖା ଯଥା କମ୍ପାନୀରେ ସ୍ଥାନୀୟ ନିଯୁକ୍ତି,ଡ଼ମ୍ପିଂୟାର୍ଡ଼ ନିର୍ମାଣ, ପରିବେଷ ପ୍ରଦୂଷଣ ରୋକିବା, ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ଅବହେଳା,ବିଭିନ୍ନ କ୍ରସରମାନଙ୍କରୁ ପାଉଁଶ ନିର୍ଗତ ସହ ଡ଼ିଏମଫଣ୍ଡ କୁ କାର୍ଯ୍ୟକାରୀ ନକରିବା, ଉର୍ଣ୍ଣୟନ କାର୍ଯ୍ୟ ବନ୍ଦ ରଖିବା,ପୀଡବ୍ଲୁଡ଼ି ବିଭାଗରେ ବିନା ଟେଣ୍ଡରରେ କାର୍ଯ୍ୟ ହେବା ଓ ଜଣକ କାର୍ଯ୍ୟର ବିଲ ପେମେଣ୍ଟ ନହୋଇ ଆଉ ଜଣଙ୍କୁ କାର୍ଯ୍ୟଦେବା, ପଂଚାୟତ ଦିବସକୁ ଘୁଞ୍ଚାଇବା, ତିନିଗୁଣ ପିସି କାରବାର କରିବା, ହିନ୍ଦୋଳ ଏନଏସି ଦୁର୍ନୀତି ଘୋଡାଇବା ସହ ଅନେକ ଦୁର୍ନୀତିର ତଦନ୍ତ ନହେବା ସମ୍ପର୍କରେ ଦାବିପତ୍ର ଦିଆଯାଇଥିଲା। ତେବେ ସେସବୁର ସମାଧାନ ନହେବାରୁ ଆଜି ହିନ୍ଦୋଳ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିଜେଡି କାର୍ଯ୍ୟକର୍ତା କର୍ମୀ ଓ ଜନସାଧାରଣଙ୍କୁ ନେଇ ପ୍ରତିବାଦ କରିଛନ୍ତି ପୂର୍ବତନ ସାଂସଦ ମହେଶ ସାହୁ ଏବଂ ସମାଧାନ ନହେଲେ ସରକାର ତଥା ପ୍ରଶାସନଙ୍କୁ କଡା ଜବାବ ଦେବାସହ ଆଇନ ଅମାନ୍ୟ ଆନ୍ଦୋଳନ ଓ ଅର୍ଥନୈତିକ ଅବରୋଧ ପାଇଁ ମଧ୍ୟ ଦେଇଛନ୍ତି ଚେତାବନୀ। ଏହି କାର୍ଯ୍ୟକ୍ରମରେ ଏନଏସି ଉପାଧ୍ୟାକ୍ଷା ପ୍ରତିମା ରାଉତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ବିଜେଡି ସୂଚନା ସଂଯୋଗ ସମ୍ପାଦକ ଶ୍ରୀକାନ୍ତ ମହାପାତ୍ର
ବିଜେଡି ନେତା ପୂର୍ବତନ କାଉନସିଲର ପ୍ରଦ୍ୟୁମ୍ନ ବେହେରା,ଏମଜୀଏମ ଶ୍ରମିକ ସଭାପତି ବିଶିଷ୍ଟ ଶ୍ରମିକନେତା ବିଜୟ ବିଶ୍ୱାଳ, ସରପଞ୍ଚ ଯତି ନାୟକ, ବିଜେଡି ନେତା ଶୁଭେନ୍ଦୁ ଦାସ,ରମେଶ ସାହୁ, ଦେବିପ୍ରସାଦ ପଟ୍ଟନାୟକ, ସମାଜସେବୀ ବିଭୁପ୍ରସାଦ ଶତପଥି,ସଂଯୁକ୍ତା ବେହେରା, ପ୍ରଶାନ୍ତ ଦାସ, ବିଜୟ ବେହେରା, କୈଳାଶ ବେହେରା, ରମେଶ ସାହୁ,କାଉନସିଲର ଅନୁପମା ସାହୁ, ବିଷ୍ଣୁପ୍ରିୟା ନାୟକ, ରିତାରାଣୀ ବେହେରା, ସୁମତି ଦେହୁରୀ, ଶୁଭଲଷ୍ମୀ ଦେହୁରୀ ଙ୍କ ସମେତ ବିଜୟ ପ୍ରଧାନ,ବୁଦ୍ଧଦେବ ନାୟକ,ରଞ୍ଜନ ବିଶ୍ୱାଳ ଓ ଶତାଧିକ ବିଜେଡି କର୍ମୀ ଓ ଜନସାଧାରଣ, ପୂର୍ବତନ ସରପଞ୍ଚ ପ୍ରମୁଖ ଯୋଗଦେଇଥିଲେ ।

Leave A Reply

Your email address will not be published.

five × three =