ଢ଼େଙ୍କାନାଳ: ମହିଳାମାନଙ୍କ ପାଇଁ ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ।ମହିଳା ମାନଙ୍କୁ ସଶକ୍ତ କରାଇ ସ୍ୱାବଲମ୍ବୀ କରାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ପକ୍ଷରୁ ସାରା ରାଜ୍ୟରେ ଦୀର୍ଘ ୨୫ବର୍ଷ ଧରି ମାର୍ଚ୍ଚ ୮ତାରିଖରେ ଏହି ଦିବସ ପାଳନ ହୋଇଆସୁଛି। ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ପୂର୍ବତନ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ହିନ୍ଦୋଳ ଏନଏସି ସ୍ଥିତ ଟାଉନହଲ ଠାରେ ଶହଶହ ମହିଳାଙ୍କ ଉପସ୍ଥିତିରେ ଆୟୋଜିତ କାର୍ଯ୍ୟକ୍ରମରେ ମହେଶ ନିଜ ବକ୍ତବ୍ୟରେ ମହିଳା ସଶକ୍ତିକରଣ ସମ୍ପର୍କରେ କହିବା ସହ କିପରି ବିଜୁ ପଟ୍ଟନାୟକ,ନବୀନ ବାବୁ ଓଡିଶାରେ ମହିଳା ସଂରକ୍ଷଣ, ପ୍ରତିନିଧିତ୍ୱ ପାଇଁ ସୁଯୋଗ ସହ ସ୍ୱାବଲମ୍ବୀ କରାଇବାରେ କର୍ଣ୍ଣଧାର ସାଜିଥିଲେ ଏବଂ ଆଗକୁ ଏହା ଜାରି ରହିବ କହିଥିଲେ। ଆଜିର କାର୍ଯ୍ୟକ୍ରମରେ ନିର୍ବାଚିତ ମହିଳା ପ୍ରତିନିଧି, ସ୍ୱୟଂସହାୟିକା ଗୋଷ୍ଠୀ ନେତ୍ରୀ, ସମାଜସେବୀ ଙ୍କୁ ଉତ୍ତରୀୟ ଦେଇ ସମ୍ନାନିତ କରିଥିଲେ ମୁଖ୍ୟ ଅତିଥି ମହେଶ ସାହୁ। କାର୍ଯ୍ୟକ୍ରମରେ ସ୍ୱତଃପ୍ରବୃତ୍ତ ଭାବେ ଶହ ଶହ ସଂଖ୍ୟାରେ ମହିଳାମାନେ ନବୀନ ପଟ୍ଟନାୟକ ଓ ବିଜୁଜନତାଦଳ ପ୍ରତି ସମର୍ଥନ ଭଲ ପାଇବାର ନିଦର୍ଶନ ପୂର୍ବକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏଥି ସହ ହିନ୍ଦୋଳ ଏନଏସି ଅଧ୍ୟକ୍ଷ କୌଣସି କାରଣ ବଶତଃ ସ୍ବୟଂ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ପାରି ନଥିବା ବେଳେ ପ୍ରଛଦପଟରେ ରହି ମହିଳା ଦିବସ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସହଯୋଗ କରିଥିବାରୁ ମହେଶ ସାହୁ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଜେଡି ମହିଳା ସଭାନେତ୍ରୀ ଯୋଗମାୟା ଗଡନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ନାନିତଅତିଥି ଭାବରେ ନାରୀନେତ୍ରୀ ସଂଯୁକ୍ତା ବେହେରା,ଜିଲ୍ଲାପରିଷଦ ସଭ୍ୟା ମମତlଞ୍ଜଳି ବେହେରା,ହିନ୍ଦୋଳ ଏନଏସି ଉପାଧ୍ୟାକ୍ଷା ପ୍ରତିମା ରାଉତ,କାଉନସିଲର ଅନୁପମା ସାହୁ, ବିଷ୍ଣୁପ୍ରିୟା ନାୟକ, ସୁମତି ଦେହୁରୀ, ରିତାରାଣୀ ବେହେରା, ଶୁଭଲଷ୍ମୀ ଦେହୁରୀ, ଶ୍ରୀକାନ୍ତ ମହାପାତ୍ର,ମହିଳା ସଂଗଠକ ବାସନ୍ତୀ ପ୍ରଧାନ, ପ୍ରତିମା ସେଠି, ବୈଜୟନ୍ତୀ ବିଶ୍ୱାଳ, ଅନୁପମା ମହାପାତ୍ର ଙ୍କ ସମେତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ,ପୂର୍ବତନ କାଉନସିଲର ବିଜେଡି ନେତା ପ୍ରଦ୍ୟୁମ୍ନ ବେହେରା, ରମେଶ ସାହୁ, ବିଜେଡି ନେତା ଦେବିପ୍ରସାଦ ପଟ୍ଟନାୟକ, ପ୍ରଶାନ୍ତ ଦାସ, ଶୁଭେନ୍ଦୁ ଦାସ, ବିଜୟ ବେହେରା, କୈଳାଶ ବେହେରା, ଦେବାର୍ଚ୍ଚନ ଦେହୁରୀ, ବୁଦ୍ଧଦେବ ନାୟକ ପ୍ରମୁଖ ନେତୃ ମଣ୍ଡଳୀ ଯୋଗଦେଇଥିଲେ। ଉପାଧ୍ୟାକ୍ଷା ପ୍ରତିମା ରାଉତ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।