୨୫ତମ କାର୍ଗିଲ୍ ବିଜୟ ଦିବସ ପାଳନ: ଢେଙ୍କାନାଳ ବିଜେପି ଯୁବମୋର୍ଚ୍ଚାର ମଶାଲ ଓ ତ୍ରିରଙ୍ଗା ଯାତ୍ରା !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ୨୫ତମ କାର୍ଗିଲ୍ ବିଜୟ ଦିବସ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମାଙ୍କ ନେତୃତ୍ୱରେ ପାଳନ ହୋଇଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ବାଜିଚୌକ ଠାରେ ବିଶ୍ୱର ସର୍ବକନିଷ୍ଠ ସହୀଦ ବାଜିରାଉତଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେବା ସହ ୧୯୯୯ ମସିହା କାର୍ଗିଲ୍ ଯୁଦ୍ଧରେ ପ୍ରାଣବଳୀ ଦେଇଥିବା ସହୀଦ ବୀର୍‌ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ବିଜୟ ମଶାଲ ପ୍ରଜ୍ୱଳନ କରି ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାକୁ ଉଦ୍‌ଘାଟନ କରିଥିଲେ । ନଗରପାଳିକାଜୟନ୍ତୀ ପାତ୍ର ବିଜୟ ମଶାଲକୁ ହାତରେ ଧରି ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ । ଉକ୍ତ ବିଶାଳ ବିଜୟ ତ୍ରିରଙ୍ଗା ଶୋଭାଯାତ୍ରାବାଜିଚୌକ ଠାରୁ ସହରର ମୁଖ୍ୟ ରାସ୍ତା ଦେଇ \”କାର୍ଗିଲ୍ ସହୀଦ ଅମର ରହେ\’, \”ବୀର ଜବାନ ଅମର ରହେ\’ ପ୍ରଭୃତି ବିଭିନ୍ନ ନାରାଦେଇ ଦେଶାତ୍ମବୋଧ ସଙ୍ଗୀତ ତାଳେ ତାଳେ ସ୍ଥାନୀୟ ବସ୍‌ଷ୍ଟାଣ୍ଡସ୍ଥିତ ସହୀଦ ସ୍ମୃତିସ୍ତମ୍ଭ ନିକଟରେ ପହଁଚି ସହୀଦମାନଙ୍କ ଉଦ୍ଦେଶ୍ୟରେଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର ଓ ରାଜ୍ୟବିଜେପି ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଦୀପକ ଗୋଚ୍ଛାୟତ ଯୋଗଦେଇଥିବା ସ୍ଥଳେ ବରିଷ୍ଠ ନେତା ରାମଚନ୍ଦ୍ର ପାତ୍ର, ନବକିଶୋରଗୁରୁ, ମାତୃପ୍ରସାଦ ନନ୍ଦ, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ସୁନିଲ୍ ଶର୍ମା, ରତିକାନ୍ତ ସାହୁ, ଦୀପକ ପ୍ରସାଦ ପଟ୍ଟନାୟକ, ଶାନ୍ତିଭୂଷଣ ପଣ୍ଡା, ଅକ୍ଷୟ କୁମାର ମହାନ୍ତି, ପ୍ରଦୀପ ଦାସ, ପ୍ରତ୍ୟୁଷହରି ପ୍ରଧାନ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ସୂର୍ଯ୍ୟକାନ୍ତ ରାଉତ,ଡମ୍ବରୁ ପାତ୍ର, ଉପସଭାପତି ରଞ୍ଜିତ୍ ବିଶ୍ୱାଳ, ଦେବାଶିଷ ମହାନ୍ତି, ସୁଚିତ୍ର ବେହେରା, ସଞ୍ଜୀବ ପାତ୍ର, ଲିଟୁନା ରାଉତ, ସଂପାଦକଅଭିଷେକ ବେହେରା, ସୁଜିତ୍ ବାରିକ୍‌, ଅଭୟ ନାୟକ, କୋଷାଧ୍ୟକ୍ଷ ଚିତରଞ୍ଜନ ରାଉତ, ମଣ୍ଡଳ ସଭାପତି କନିଷ୍କ ସାମଲ, ନିର୍ମଳ ଗୁରୁ,ଶେଷଦେବ ନାଥ, ଲକ୍ଷ୍ମୀଧର ରାଉତ, ପ୍ରଭାତ ଦେହୁରୀ, ସଞ୍ଜୟ ସାହୁ, ପ୍ରଶାନ୍ତ ସାମଲ, ବୁଲୁ ନାୟକ, ବିଭୁତି ଷେଣ୍ଢ, ସିଦ୍ଧାର୍ଥ ଶଙ୍କରସାମଲ, କାଉନ୍‌ସିଲର ନିରୋଦ କୁମାର ସାହୁ, ପ୍ରତାପ ନାୟକ, ରଶ୍ମିତା ସାହୁ, ମହିଳାମୋର୍ଚ୍ଚାର ମାଳବିକା ସ୍ୱାଇଁ, ମଧୁସ୍ମିତା ପୁହାଣ,ସୋନି ସାହୁ, ଉଲି ନାୟକ, କମଳା ବେହେରା, ନଗରମଣ୍ଡଳର ବିଘ୍ନେଶ୍ୱର ଦୋରା, ପଦ୍ମଭୂଷଣ ସାହୁ, ପ୍ରସନ୍ନ ମହାନ୍ତି, ସନ୍ତୋଷ ରାଉତ,ରୁଦ୍ର ନାରାୟଣ ତ୍ରିପାଠୀ, ସନ୍ତୋଷ ବେହେରା, ସନ୍ତୋଷ ମହାଖୁଡ, ଲକ୍ଷ୍ମୀଧର ଦଳେଇ, ଦୀପୁ ପଟ୍ଟନାୟକ, ପପୁ ପାଣିଙ୍କ ସମେତ ଜିଲ୍ଲାରଶତାଧିକ ଯୁବମୋର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ

Leave A Reply

Your email address will not be published.

thirteen + fourteen =