ଢ଼େଙ୍କାନାଳ : ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍)ର ମହିଳା ଉଦ୍ୟମିତା ଓ ସଶକ୍ତୀକରଣ ପ୍ରୟାସ ଗୃହଲକ୍ଷ୍ମୀ ସମବାୟ ସମିତି ଦ୍ଵାରା ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ସଞ୍ଜପଡ଼ା ପଂଚାୟତରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାମୀଣ ଅର୍ଥନୀତି ଗଠନରେ ମହିଳାମାନଙ୍କ ପ୍ରଚେଷ୍ଟାକୁ ପାଳନ କରିବା ପାଇଁ ମାନ୍ୟଗଣ୍ୟ ଅତିଥି, ମହିଳା ଉଦ୍ୟୋଗୀ ଓ ଗୋଷ୍ଠୀ ସଦସ୍ୟମାନେ ଏକତ୍ରୀତ ହୋଇଥିଲେ।ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍)ର ଆଖପାଖ ୨୬ଟି ଗ୍ରାମରେ ସଶକ୍ତୀକରଣର ପ୍ରଦୀପ ସ୍ୱରୂପ ମହିଳାଙ୍କ ଦ୍ୱାରା, ମହିଳାଙ୍କ ପାଇଁ, ମହିଳାମାନଙ୍କର ଗୃହଲକ୍ଷ୍ମୀ ସମବାୟ ସମିତି ଗଠନ କରାଯାଇଛି। ଏହା ହେଉଛି ୨୦୦୦ରୁ ଅଧିକ ଅଂଶୀଦାର ଥିବା ଏକ ଶକ୍ତିଶାଳୀ ଗୋଷ୍ଠୀ, ଯାହା ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ସହ ଗ୍ରାମୀଣ ମହିଳାମାନଙ୍କୁ ସ୍ୱାବଲମ୍ବୀ ହେବା ଦିଗରେ ପଥ ପ୍ରଦର୍ଶନ କରୁଛି।କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ଶୈଳେନ୍ଦ୍ରଇ ଅମାନ୍ତ, ଢେଙ୍କାନାଳ ଡିଆର୍ସିଏସ୍ ସରୋଜିନୀ ଜେନା, ଢେଙ୍କାନାଳ ଏଆର୍ସିଏସ୍ ଅନନ୍ୟା ଶର୍ମା, ଢେଙ୍କାନାଳ ଏଆର୍ସିଏସ୍ ଶ୍ରୀ ସନ୍ତୋଷ ପ୍ରଧାନ, ଟିଏସ୍ଏଫ୍-ମେରାମଣ୍ଡଳୀର ୟୁନିଟ୍ ମୁଖ୍ୟ ଶ୍ରୀ କୁମାର ସୌରଭ, ଟିଏସ୍ଏଫ୍ ମେରାମଣ୍ଡଳୀର ଜେଣ୍ଡର ଓ କମ୍ୟୁନିଟି ଏଂଟରପ୍ରାଇଜ୍ର ସହକାରୀ ପ୍ରବନ୍ଧକ ଜାଜ୍ଞସେନୀ ବର୍ମା, ଗୃହଲକ୍ଷ୍ମୀ ବହୁମୁଖୀ ସମବାୟ ସମିତି ସଭାପତି ପଦ୍ମିନୀ ସେନାପତି ଓ ଗୃହଲକ୍ଷ୍ମୀର ବୋର୍ଡ ଅଫ ଡାଇରେକ୍ଟର୍ସ ଓ ଆକ୍ସେସ୍ ଡେଭେଲପ୍ମେଂଟ୍ ସର୍ଭିସେସ୍ର ଷ୍ଟାଫ୍ମାନେ ଯୋଗଦେଇଥିଲେ। ଗୃହଲକ୍ଷ୍ମୀ ସମବାୟ ସମିତିର ବୋର୍ଡ ଅଫ ଡାଇରେକ୍ଟର୍ସ ଏବଂ ନିକଟବର୍ତୀ ଗ୍ରାମର ମହିଳା ସଦସ୍ୟମାନଙ୍କ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ଉଦ୍ୟମିତା, ଆର୍ଥିକ ସଶକ୍ତୀକରଣ ଏବଂ ସାମୂହିକ ପ୍ରଗତି ଉପରେ ଆଲୋଚନା ହୋଇଥିଲା। ଖଲିବେରଣା, ସଞ୍ଜପଡା, ନୂଆଗାଁ, ସରପା, କୁରୁଂଟି ଏବଂ ନରେନ୍ଦ୍ରପୁର ଅଂଚଳର ମହିଳା ଉଦ୍ୟୋଗୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେମାନଙ୍କ ଅଟଳ ପ୍ରୟାସର ପ୍ରମାଣ ସ୍ୱରୂପ, ୧୦ ଜଣ ମହିଳା ଉଦ୍ୟୋଗୀଙ୍କୁ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବ ପାଳନ କେବଳ ଉପଲବ୍ଧିକୁ ସମ୍ମାନିତ କରିବା ନୁହେଁ ବରଂ ଏକ ପ୍ରତିଜ୍ଞା ଥିଲା, ତାହା ହେଉଛି ଗୃହଲକ୍ଷ୍ମୀ ସହକାରୀ ସମିତି ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନ୍ ଦ୍ୱାରା ଏକ ଭବିଷ୍ୟତ ଗଠନ କରିବାର ଏକ ପ୍ରତିବଦ୍ଧତା। ଯେଉଁଠାରେ ମହିଳାମାନେ ଆତ୍ମବିଶ୍ୱାସର ସହିତ ନେତୃତ୍ୱ ଦେବେ, ସାହସୀ ହେବେ ଏବଂ ଅଦମ୍ୟ ଉତ୍କର୍ଷ ସହ ଆଗକୁ ବଢିବେ।