ଜାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ୪୮ତମ ଶ୍ରୀ ରାମଚରିତ ମାନସ ପାରାୟଣ !

ଢ଼େଙ୍କାନାଳ : ଢେଙ୍କାନାଳ ସହରସ୍ଥିତ ଯାଉଁଳି ପୋଖରୀ ମଠ ପରିସରରେ ପ୍ରତ୍ୟେକ ବର୍ଷ ପରି ମର୍ଯ୍ୟାଦା ପୁରୁଷୋତମରଘୁକୂଳ ତିଳକ ଶ୍ରୀ ରାଘବେନ୍ଦ୍ର ରାମଚନ୍ଦ୍ରଙ୍କର ୪୮ତମ ଶ୍ରୀ ରାମଚରିତ ମାନସ ନବାହ୍ନ ପାରାୟଣ ଓ ମହାଯଜ୍ଞ ଅନୁଷ୍ଠିତହୋଇଯାଇଅଛି । ଏହି ପାରାୟଣ କାର୍ଯ୍ୟକ୍ରମ ୧୯୭୮ ମସିହା ଠାରୁ ପ୍ରତିଷ୍ଠାତା ମହନ୍ତ ସ୍ୱର୍ଗତ ମୋହନ ଚରଣ ଦାସଜୀମହାରାଜଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ଗତ ୨ ତାରିଖରେ ବ୍ରାହ୍ମଣୀ ନଦୀ କମଗରା ଘାଟ ଠାରେ ତୀର୍ଥା ବାହନ କରାଯାଇକଳସ ଧରି ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ମଠ ପ୍ରାଙ୍ଗଣରେ ପାରାୟଣ ମଂଚସ୍ଥାପନ, ପୂଜନ, ହବନ ଓ ଦୀପପ୍ରଜ୍ୱଳନ କରାଯାଇଥିଲା । ସଂଧ୍ୟାରେ ଶ୍ରୀ ଶ୍ରୀ ଜୀଉଙ୍କର ପାରାୟଣ ମଣ୍ଡପ ବିଜେ, ଆରତୀ ସହିତ ଆଗନ୍ତୁକ ସାଧୁସନ୍ଥମାନଙ୍କଦ୍ୱାରା ଭଜନ,କୀର୍ତନ ଓ ଶ୍ରୀ ହନୁମାନ ଚାଳିଶା ପାଠ କରି ଉଦ୍‌ଘାଟନ କରାଯାଇଥିଲା । ଏହି ପାରାୟଣ କାର୍ଯ୍ୟକ୍ରମ ୩ତାରିଖରୁ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ପାଳନ ହେବ । ୩ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତସନ୍ଥ ଶିରୋମଣୀ ଗୋସ୍ୱାମୀ ତୁଳସୀ ଦାସଜୀ ମହାରାଜଙ୍କ କୃତ ଶ୍ରୀ ରାମଚରିତ ମାନସ ନବାହ୍ନ କ୍ରମରେ ପାଠ ହେବ,ପ୍ରତ୍ୟହ ପ୍ରାତଃ ୮ ଘଟିକାରୁ ପାଠ ବିଶ୍ରାମ ପର୍ଯ୍ୟନ୍ତ ବ୍ୟାସ ଭାବେ ଶ୍ରୀ ଲକ୍ଷ୍ମୀ ନାରାୟଣ ଦାସଜୀ ମହାରାଜ ଓ ଧାରକ ଆମନ୍ତ୍ରିତସାଧୁସନ୍ଥ ଓ ମାନସପ୍ରେମୀ ଭକ୍ତବୃନ୍ଦ ଦ୍ୱାରା ଅନୁଷ୍ଠିତ ହେବ । ଆଚାର୍ଯ୍ୟ ଅମରେନ୍ଦ୍ର ନନ୍ଦ ଓ ସହଯୋଗୀ ଋତିକ୍ ବୃନ୍ଦଙ୍କ ଦ୍ୱାରାପ୍ରତ୍ୟହ ପ୍ରାତଃ ୭ ଘଟିକା ଠାରୁ ସୂର୍ଯ୍ୟ ପୂଜା, ଗୋପୂଜା, ରୁଦ୍ରାଭିଷେକ, ଗୀତା ଓ ଶ୍ରୀ ବିଷ୍ଣୁ ସହସ୍ରନାମ, ଶ୍ରୀ ରାମାର୍ଜନ ଓତତ୍‌ପରେ ଦିବା ୧୧ ଘଟିକା ଠାରୁ ଯଜ୍ଞ ଅନୁଷ୍ଠିତ ହେବ । ଉପସ୍ଥାପକ ବିଶ୍ୱମ୍ବର ଦାସଜୀ ମହାରାଜଙ୍କ ଦ୍ୱାରା ପ୍ରତ୍ୟହ ସଂଧ୍ୟା୬.୩୦ମି. ଶ୍ରୀ ଜୀଉଙ୍କର ପାରାୟଣ ମଣ୍ଡପ ବିଜେ ଆଳତୀ, ଅସ୍ତୁତି ଓ ସାଧୁସନ୍ଥଙ୍କ ଦ୍ୱାରା ଶ୍ରୀରାମ ନାମ ଭଜନ କୀର୍ତନ ଓ ଶ୍ରୀହନୁମାନ ଚାଳିଶା ପାଠ । ପ୍ରତ୍ୟହ ସଂଧ୍ୟା ୭ ଘଟିକା ତଥା ବାଚକଙ୍କ ଦ୍ୱାରା ଶ୍ରୀରାମ କଥାମୃତ ଧାରା ପ୍ରବାହ ହେବ । ପ୍ରଥମ ଓଦ୍ୱିତୀୟ ଦିବସରେ ଶିବପାର୍ବତୀ ବିବାହ ଓ ଦ୍ୱିତୀୟ ଦିବସରେ ଶ୍ରୀରାମ ଜନ୍ମର କାରଣ ଓ ଜନ୍ମ ଉତ୍ସବ ଉପରେ ପ୍ରବଚକ କମଳଲୋଚନ ଦାସଜୀ ମହାରାଜ, ତୃତୀୟ ଦିବସରେ ସୀତା ରାମ ବିବାହ ଉତ୍ସବ ଉପରେ ପ୍ରବଚକ ବସନ୍ତ କୁମାର ପଣ୍ଡା, ଚତୁର୍ଥଦିବସରେ ଶ୍ରୀରାମ ବନ ଗମନ ଉପରେ ପ୍ରତାପ କିଶୋର ନନ୍ଦ, ପଂଚମ ଦିବସରେ ଦଶରଥଙ୍କ ଦେହ ତ୍ୟାଗ ଓ ଭରତଙ୍କଚିତ୍ରକୂଟ ଗମନ ଉପରେ ନିରଞ୍ଜନ ଶାସେନୀ, ଷଷ୍ଠ ଦିବସରେ ଭରତଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତନ ଓ ସୀତା ହରଣ ବିଷୟରେରବିନାରାୟଣ ହୋତା, ସପ୍ତମ ଦିବସରେ ହନୁମାନ ଚରିତ ଓ ସେତୁ ବନ୍ଧ ପ୍ରତିଷ୍ଠା ଓ ଅଷ୍ଟମ ଦିବସରେ ସମରଲୀଳା ଓ ରାବଣବଧ ବିଷୟରେ ନାରାୟଣ ଦାସ ଓ ନବମ ଦିବସରେ ଶ୍ରୀରାମାଭିଷେକ ଓ ଜ୍ଞାନ ପ୍ରକରଣ ବିଷୟରେ ପ୍ରବଚକ ପୁରୁଷୋତମଦାସଜୀ ମହାରାଜଙ୍କ ଦ୍ୱାରା ପ୍ରବଚନ ଅନୁଷ୍ଠିତ ହେବ । ସମସ୍ତ କାର୍ଯ୍ୟକ୍ରମ ମହନ୍ତ ବ୍ରହ୍ମାନନ୍ଦ ଦାସଜୀ ମହାରାଜ ଓ ପାରାୟଣସମିତି ସଭ୍ୟବୃନ୍ଦଙ୍କ ଦ୍ୱାରା ପରିଚାଳିତ ହେବ।

Leave A Reply

Your email address will not be published.

19 + eighteen =