ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ଜନ ମଙ୍ଗଳ ରାସୋଳ ସଂଗଠନ ର ଷଷ୍ଠବାର୍ଷିକ ପ୍ରତିଷ୍ଠା ଦିବସ ପାଳନ !

ଢ଼େଙ୍କାନାଳ :ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ”ଜନ ମଙ୍ଗଳ” ରାସୋଳ ସଂଗଠନ ର ଷଷ୍ଠବାର୍ଷିକ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ର ଉପାନ୍ତ ବଣଜଙ୍ଗଲ ପରିବେଷ୍ଟିତ ଦଣ୍ଡରି ପଞ୍ଚାୟତ ର ଆଦିବାସୀ ଅଧ୍ୟୁଷିତ କନକା ଗ୍ରାମରେ ସଂଗଠନ ର ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀ ଙ୍କ ନେତୃତ୍ଵରେ ସଭାନେତ୍ରୀ ନିରୁପମା ମିଶ୍ର,କୋଷାଧ୍ୟକ୍ଷ ନିବେଦିତା ନାୟକ ,ସେବକ ନିରାକାର ବୈଦ୍ୟ,ସୌମ୍ୟରଂଜନ ମିଶ୍ର ଙ୍କର ପ୍ରତ୍ୟକ୍ଷ ଉପସ୍ଥିତି ତଥା ସହଯୋଗ ରେ ଆବାଳ ବୃଦ୍ଧ ବନିତା ଙ୍କୁ ବ୍ୟବହାର ଯୋଗ୍ୟ ବସ୍ତ୍ର ଦାନ ଯଥା ପ୍ୟାଣ୍ଟ, ସାର୍ଟ, ଧୋତି, ଗାମୁଛା, ମହିଳା ମାନଙ୍କ ପାଇଁ ଶାଢୀ,ଝିଅ ପିଲା ଙ୍କର ପୋଷାକ ଓ ପରିମଳ ବ୍ୟାଗ୍ ପ୍ରଦାନ କରିବା ସହିତ ଉପସ୍ଥିତ ସମସ୍ତ ଗ୍ରାମବାସୀ ମାନଙ୍କୁ ଚକୋଲେଟ ବିସ୍କୁଟ ବଣ୍ଟନ ପୂର୍ବକ ପ୍ରତୈକ ଟି ମୁହଁ ରେ ହସ ଫୁଟାଇବାର ସଫଳ ପ୍ରୟାସ କରାଯାଇଥିଲା।
ସମଗ୍ର ଓଡ଼ିଶା ସେବା ଅଭିଯାନ ରେ ସାମିଲ ହୋଇ ସଂଗଠନ ତରଫରୁ ଆଗାମୀ ଦିନରେ ବହୁବିଧ ସେବା କାର୍ଯ୍ୟ କୁ ତ୍ବରାନ୍ବିତ କରାଯିବା ସହିତ,ମୋ ଗାଁ ମୋ ସମ୍ମାନ,ରକ୍ତଦାନ ମହାପୁଣ୍ୟ, ଅର୍ଣ୍ନଦାନ ମହତଦାନ,ଆମେ ସବୁ ଅସହାୟ ର ସାଥୀ,ବୃକ୍ଷ ଆମର ଜୀବନ ଧନ ଭଳି ଅନେକ ଆହ୍ଵାନ କୁ ସଫଳ ରୂପାୟନ ଦେବା ପାଇଁ ପ୍ରୟାସ ଜାରି ରହିଵ ବୋଲି ପ୍ରତିଷ୍ଠାତା ଦୃଢୋକ୍ତି ପ୍ରଦାନ କରିଛନ୍ତି। ସଂଗଠନ ର ଉନ୍ନତି କଳ୍ପେ ଜନ ସାଧାରଣ ମାନଙ୍କର ଯତ୍ କିଞ୍ଚିତ ସାହାଯ୍ୟ ଓ ସହଯୋଗର ର ହାତ ବଢ଼ାଇବା ପାଇଁ ଅନୁରୋଧ ରଖିଛନ୍ତି।ସଂଗଠନ ରେ ଜଡ଼ିତ ଥିବା ସମସ୍ତ ସେବକ,ସେଵିକା ଭାଇ ଭଉଣୀ ଓ ସମ୍ମାନୀୟ ଉପଦେଷ୍ଟା ମାନଙ୍କୁ ଷଷ୍ଠ ବାର୍ଷିକ ଦିବସ ର ଶୁଭେଚ୍ଛା ଓ ଶୁଭକାମନା ପ୍ରଦାନ କରାଯାଇଛି।

Leave A Reply

Your email address will not be published.

3 × 3 =