ଆନ୍ତର୍ଜାତୀୟ ମହିିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ପ୍ରଦାନ !

* ଜିଲ୍ଲାରେ ଉପକୃତ ହେଲେ ୩ଲକ୍ଷ ୮୦୦ ଜଣ ମହିଳା ଢ଼େଙ୍କାନାଳ : ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଆଜି ମଧ୍ୟାହ୍ନରେ ବ୍ରହ୍ମପୁର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟର ପ୍ରାୟ ୧କୋଟି ମହିଳା ହିତାଧିକାରୀଙ୍କ ଜମା ଖାତାରେ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଅର୍ଥରାଶି ୫ ହଜାର ଟଙ୍କା ଡି.ବି.ଟି.ମାଧ୍ୟମରେ ବଟନ ଚିପି ପ୍ରଦାନ କରିଛନ୍ତି । ଏହାଦ୍ୱାରା ଜିଲ୍ଲାର ୩ ଲକ୍ଷ ୮ ଶହ ମହିଳା ହିତାଧିକାରୀ ଉପକୃତ ହୋଇଛନ୍ତି । ନାରୀ ଶକ୍ତି ପ୍ରଗତିର ପ୍ରତୀକ । ନାରୀ ମାନଙ୍କ ସୁରକ୍ଷା ଓ ଆର୍ଥିକ ବିକାଶ ଦ୍ୱାରା ରାଜ୍ୟ ତଥା ଦେଶର ସାମଗ୍ରିକ ବିକାଶ ସମ୍ଭବ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି l ସେଥିପ୍ରତି ସର୍ବାଧିକ ଗୁରୁତ୍ବ ଦିଆଯାଉଛି ବୋଲି ସେ ପ୍ରକାଶ କରିଛନ୍ତି । ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ସ୍ଥାନୀୟ ପଲ୍ଲିଶ୍ରୀ ମେଳା ପଡ଼ିଆ ଠାରେ ଉତ୍ସବ ଅନୁଷ୍ଠିତ ହେଇଥିଲା । ଜିଲ୍ଲାପାଳ ସୋମେଶ କୁମାାର ଉପାଧ୍ୟାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ, ସମସ୍ତ ମା’ମାନଙ୍କୁ ଶୁଭେଚ୍ଛା ଜଣାଇ କନ୍ୟା ସନ୍ତାନ ପ୍ରାପ୍ତି ଅତ୍ୟନ୍ତ ସୁଖଦାୟୀ ଓ ମହତ୍ତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଜିଲ୍ଲାରେ ୧୦୦୦ ପୁଅରେ ୮୮୦ ଝିଅ ଜନ୍ମ ଗ୍ରହଣ କରୁଥିବାରୁ ମାଆମାନେେ ଭୃଣ ହତ୍ୟାଭଳି ପାପ କାର୍ଯ୍ୟ ଠାରୁ ଦୂରେଇ ରହିବାକୁ ଅନୁରୋଧ କରିଥିଲେ । କନ୍ୟା ସନ୍ତାନ ବୋଝ୍ ନୁହେଁ ପରିବାର ପାଇଁ ଦେବୀ ସ୍ୱରୂପା ଉପହାର ବୋଲି କହିଥିଲେ । ଉତ୍ସବରେ ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ, ନିଜର ବିକାଶ ନିମନ୍ତେ ଆମେ ନିଜେ ସମସ୍ତେ ପ୍ରୟାସ କରିବାକୁ ପରାମର୍ଶ ନେଇଥିଲେ । ଆର୍ଥିକ କ୍ଷେତ୍ରରେ ସଶକ୍ତ ହେଲେ, ସାମାଜିକ ସ୍ତରରେ ମହିଳାମାନଙ୍କର ସାମଗ୍ରିକ ବିକାଶ ନିଶ୍ଚିତ ବୋଲି ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି ମତ ବ୍ୟକ୍ତ କରିଥିଲେ l ଚ଼ଳିତବର୍ଷ, ମହିଳା ମାନଙ୍କ ବିକାଶ ନିମନ୍ତେ “ଦୃତ ଗତିରେ କାର୍ଯ୍ୟକାରିତା” ଏ ବର୍ଷର ବାର୍ତ୍ତା ବୋଲି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୀତା ଶର୍ମା କହିଥିଲେ । ପ୍ରାରମ୍ଭରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତି ରଂଜନ ସେଠୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀ ଓ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଅନୁରାଧା ଗୋସ୍ୱାମୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅବନୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Leave A Reply

Your email address will not be published.

2 × 5 =