ଭୁବନ ନୋ ଏଣ୍ଟ୍ରି କୁ ନାହିଁ ଖାତିର, ଜିଲ୍ଲାପାଳ ଙ୍କ ଆଦେଶ ମୂଲ୍ୟହୀନ !

ଢ଼େଙ୍କାନାଳ – ଭୁବନ କାଳୀ ବଜାର ଠାରୁ ଢେ଼ଙ୍କାନାଳ ବାଜି ଚୌକ (୪୫ କି ମି ) ପୂର୍ତ୍ତ ବିଭାଗ ରାସ୍ତାରେ ମାର୍ଚ୍ଚ ମାସ ୧ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ସକାଳ ୮ ଘଟିକା ଠାରୁ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ବନ୍ଦ କରାଯାଇଛି । ଜିଲ୍ଲାପାଳ ଚିଠି ନଂ – ୫୮୧ ତା ୨୭.୦୨.୨୦୨୫ ରେ ଏହି ଆଦେଶ କୁ ପାଳନ କରିବା ପାଇଁ ଢେ଼ଙ୍କାନାଳ ସଦର ଥାନା,ଟାଉନ ଥାନା,ଗାଁଦିଆ ଓ ଭୁବନ ଥାନା କୁ ନିର୍ଦ୍ଦେଶ ଦେଇଛନ୍ତି । ଇତି ମଧ୍ୟରେ ୪ ଦିନ ବିତି ଯାଇଥିଲେ ସୁଦ୍ଧା ୬ ଚକିଆ,୧୦ ଚକିଆ ଟ୍ରକ ଓ ହାଇୱା ଗାଡ଼ି ସବୁ ନିର୍ବିଘ୍ନ ରେ ଚଳାଚଳ କରୁଛି । ଛାତ୍ର ଛାତ୍ରୀ ମାନେ ସ୍କୁଲ ଯିବା ସମୟ ଓ ସ୍କୁଲ ରୁ ଫେରିବା ସମୟରେ ମାଙ୍କଡ଼ା ପଥର ବୋଝେଇ ଟ୍ରକ ଓ ବାଲି ବୋଝେଇ ହାଇୱା ଗାଡ଼ି ଚାଲୁ ଥିବାରୁ ରାସ୍ତା ଜାମ ହେବା ସହିତ ବହୁ ଅସୁବିଧା ସୃଷ୍ଟି ହେଉଛି । ଜିଲ୍ଲାପାଳ ଙ୍କ ନୋ ଏଣ୍ଟ୍ରି ଆଦେଶ କୁ ଖାତିର ନକରି ଭାରିଯାନ ନିର୍ବିଘ୍ନ ରେ ଚାଲୁଛି। ସ୍ଥାନୀୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଜିଲ୍ଲାପାଳ ଙ୍କ ଆଦେଶ କାର୍ଯ୍ୟକାରୀ କରିବାକୁ ଜନସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.

seventeen − 15 =