ବର୍ଦ୍ଧିତ ଦରମା ପାଇଁ ସ୍ୱଚ୍ଛ ସାଥୀ ,ସୁପରଭାଇଜର ଙ୍କ ୧୦ ଦଫା ଦାବି !

ଢ଼େଙ୍କାନାଳ: ଓଡ଼ିଶା ସ୍ୱଚ୍ଛ ସାଥୀ ,ସୁପର ଭାଇଜର ସଂଘ ଆହ୍ବାନ କ୍ରମେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ସଫେଇ ଓ ପରିମଳ କାର୍ଯ୍ୟରେ ନିୟୋଜିତ ଥିବା ସ୍ୱଚ୍ଛ ସାଥୀ ଓ ସୁପର ଭାଇଜର ମାନେ ନଗରପାଳ ଓ ନିର୍ବାହୀ ଅଧିକାରୀ ଙ୍କୁ ସେମାନଙ୍କର ବର୍ଦ୍ଧିତ ଦରମା ସହିତ ୧୦ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି । ପୂର୍ବରୁ ସ୍ୱଚ୍ଛ ସାଥୀ ମାନେ ମାସିକ ୪ ହଜାର ଓ ସୁପର ଭାଇଜର ମାନେ ୮ ହଜାର ଟଙ୍କା ଦରମା ପାଉଥିଲେ । ବାରମ୍ବାର ଦାବି ଆପତ୍ତି ପରେ ନଗର ଉନ୍ନୟନ ବିଭାଗ ସ୍ୱଚ୍ଛ ସାଥୀ ୮ ହଜାର ଓ ସୁପର ଭାଇଜର ଙ୍କ ପାଇଁ ୧୨ ହଜାର ଟଙ୍କା ବର୍ଦ୍ଧିତ ଦରମା ଦେବାକୁ ଗତ ମାର୍ଚ୍ଚ ମାସରେ ଚିଠି ଇସ୍ୟୁ କରିଥିଲା । ଅଦ୍ୟାବଧି ବର୍ଦ୍ଧିତ ଦରମା ମିଳୁ ନଥିବାରୁ ଆଜି ସୁପର ଭାଇଜର ଝରଣା ପୋଥାଳ ,ଲିଲି ସାହୁ ଙ୍କ ସମେତ ସତ୍ୟଭାମା ନାୟକ,ସୁଷମା ସାହୁ,ରୁକ୍ମଣୀ ଦଳେଇ,ପ୍ରଭାତୀ ସାହୁ,ଝୁନି ରାଣୀ ଗୁରୁ ପ୍ରମୁଖ ୧୪ ଜଣ ସ୍ୱଚ୍ଛ ସାଥୀ ମାନେ ସେମାନଙ୍କ ଚାକିରି ନିୟମିତ କରିବା ସହ ନିଯୁକ୍ତି ପତ୍ର ପ୍ରଦାନ,ଶ୍ରମ ଆଇନ ଅନୁଯାୟୀ ସର୍ବନିମ୍ନ ମଜୁରୀ ପ୍ରଦାନ,ଛୁଟି ଦିବସରେ ସବୈତନିକ ଛୁଟି ପ୍ରଦାନ,ବିମା ଭୁକ୍ତ କରିବା ସହିତ ୟୁନିଫର୍ମ ପ୍ରଦାନ , ପ୍ରସୂତି ସମୟରେ ୬ ମାସ ସବୈତନିକ୍ ଛୁଟି ପ୍ରଦାନ, ଇ ପି ଏଫ୍ ଓ ଇ ଏସ ଆଇ ସୁବିଧା ପ୍ରଦାନ କରାଯିବାକୁ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.

nine + fifteen =