ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଶ୍ରାଦ୍ଧୋତ୍ସବ ଓ ପୁସ୍ତକ ଉନ୍ମୋଚନ !

ଢ଼େଙ୍କାନାଳ : ଭୁବନ ଆଞ୍ଚଳିକ ସାହିତ୍ୟ , କଳା ,ସେବା ପରିଷଦ ଓ ବିଭାବନା ମିଳିତ ଆନୁକୁଲ୍ୟରେ ତୁଳସୀ ଭବନ ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଅର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଅଧ୍ୟକ୍ଷତା କରି କହିଥିଲେ ଯେ ,ଅଦ୍ୟାବଧି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କାବ୍ୟ,କବିତା ଇଂରାଜୀ ଓ ହିନ୍ଦୀ ଭାଷାରେ ଅନୁବାଦ ହୋଇନପରିବା ଏବଂ ଭାରତ ରତ୍ନ ପ୍ରଦାନ କରାନଯିବା ବାସ୍ତବିକ ଦୁଃଖ ତଥା କ୍ଷୋଭର ବିଷୟ। ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିପ୍ରତି ଦୃଷ୍ଟି ଦେବାକୁ ନିବେଦନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କବୟିତ୍ରୀ ତୁଳସୀ ରାଣୀ ବେହେରା,ବିଳାସିନୀ ପୃଷ୍ଟି,ସୁଲୋଚନା ସାହୁ , ମନିଷା ନନ୍ଦ,ଚିତ୍ରଶିଳ୍ପୀ ନାରାୟଣ ସାହୁ, ଅଶୋକ ସାମଲ,ହୃଷୀକେଶ ସାହୁ ,ଶ୍ରୀଧର ବେହେରା, ଇଂ ଇଶ୍ୱରଚନ୍ଦ୍ର ବେହେରା,ଉଦ୍ଧବ ମହାପାତ୍ର ପ୍ରମୁଖ ଯୋଗଦେଇ କବିତା ପାଠୋତ୍ସବ କରିବା ସହ ବିଭାବନା ର ପ୍ରତିଷ୍ଠାତା ସ୍ବର୍ଗତ ମନୋରଞ୍ଜନ ନନ୍ଦ ଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ବିଭାବନା ପତ୍ରିକା ର ରଥ ବିଶେଷାଙ୍କ ଉନ୍ମୋଚନ କରାଯାଇଥିଲା । ମାନସ କୁମାର ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଞ୍ଚଳିକ ସାହିତ୍ୟ , କଳା, ସେବା ପରିଷଦ ସମ୍ପାଦକ ସୁରେନ୍ଦ୍ର କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

ten + 7 =