ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ୪୯ ତମ ପ୍ରତିଷ୍ଠା ଦିବସ ଓ ସ୍ବାଗତ ସମ୍ବର୍ଦ୍ଧନା ସମାରୋହ !

ଢେଙ୍କାନାଳ ଜିଲ୍ଲାର ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟର ୪୯ ତମ ପ୍ରତିଷ୍ଠା ଦିବସ ଓ ସ୍ବାଗତ ସମ୍ବର୍ଦ୍ଧନା ସମାରୋହ ପାଳିତ ହୋଇଯାଇଛି । ୧୯୭୬ ମସିହା ଜୁଲାଇ ମାସ ୯ ତାରିଖ ଦିନ କାମାକ୍ଷାନଗର ପୂର୍ବତନ ବିଧାୟକ ସ୍ବର୍ଗତ କୈଳାଶ ଚନ୍ଦ୍ର ମହାପାତ୍ର ଓ ମହନ୍ତ ପ୍ରଧାନ ଦ୍ବାର ଏହି ମହାବିଦ୍ୟାଳୟକୁ ପ୍ରତିଷ୍ଠା କରିବା ସହିତ ଏହି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ଦିଗରେ ତାଙ୍କର ଅବଦାନ ଅତୁଳନୀୟ ରହିଥିଲା। ୧୯୮୨ ମସିହାରେ ସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଭାବରେ ମାନ୍ୟତା ଲାଭ କରିଥିବା ବେଳେ ୮ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ପାଠ ପଢା ଆରମ୍ଭ ହୋଇ ଆଜି ୧୮୦୦ ଶହରୁ ଉର୍ଦ୍ଧ ସମସ୍ତ ବିଭାଗରେ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ତେବେ ଆଜିର ପ୍ରତିଷ୍ଠା ଦିବସରେ ଏହି ମହାବିଦ୍ୟାଳୟର ପାଠ ପଢି ଆଜି ଏହି ଅଞ୍ଚଳର ବିଧାୟକ ଭାବରେ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା ମୂଖ୍ଯ ଅତିଥି ଭାବରେ ଯୋଗଦେଇଥିଲେ। ମହାବିଦ୍ୟାଳୟର ଅଧୁରା କାର୍ଯ୍ଯକୁ ସମ୍ପୂର୍ଣ୍ଣ କରିବା ସହିତ ଢେଙ୍କାନାଳ ଜିଲ୍ଲାର ଏକ ଆଦର୍ଶ ମହାବିଦ୍ୟାଳୟ ଭାବରେ ଗଢିବା ପାଇଁ ମତ ପ୍ରକାଶ କରିଥିଲେ । ଏହା ପରେ ମହାବିଦ୍ୟାଳୟ ତରଫରୁ ମୂଖ୍ଯ ଅତିଥି ତଥା କାମାକ୍ଷାନଗର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ବେହେରା, ବରିଷ୍ଠ ଅଧ୍ୟାପକ ପ୍ରଭାତ ଜେନା, କୈଳାଶ ଚନ୍ଦ୍ର ବେହେରାଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five × one =