“ଯୁବଶକ୍ତି” ପକ୍ଷରୁ ପକ୍ଷୀଙ୍କ ଓ ଗାଈ ଗୋରୁ ଙ୍କୁଶୁଖିଲା ଖାଦ୍ୟ ପାଣି ପିଇବାର ବ୍ୟବସ୍ଥା !

ଢ଼େଙ୍କାନାଳ : “ଯୁବଶକ୍ତି” ସମର୍ପିତ ଓଡ଼ିଶା ପକ୍ଷରୁ ହିନ୍ଦୋଳ ବନାଞ୍ଚଳର ସମସ୍ତ ଜଙ୍ଗଲ ଗୋଡିକ ରେ ଭୀଷଣ ଖରା ଗ୍ରୀଷ୍ମ ପ୍ରବାହ ଗୁଳୁଗୁଳି କୁ ଦୃଷ୍ଟିରେ ରଖି ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ତୃତୀୟ ପର୍ଯ୍ୟାୟରେ ସଂରକ୍ଷିତ ଜଙ୍ଗଲ ରେ ପକ୍ଷୀ ଚଢେଇ ମାନଙ୍କ ପାଇଁ ଠେକି ମାଠିଆ ରେ ପାଣି ପିଇବାର ବ୍ୟବସ୍ଥା ଓ ଗାଈ ଗୋରୁ ଙ୍କୁ ଶୁଖିଲା ଖାଦ୍ୟ ଦିଆ ଯାଇଥିଲା।

ଏବେ ଖରା ଦିନ ଓ ଭୀଷଣ ଗରମ ଗୁଳୁଗୁଳି ଲାଗି ରହିଥିବା ବେଳେ ନାଳ, ନର୍ଦମା, କୂଅ, ପୁଖରୀ ସବୁ ଶୁଖିଲା ହୋଇ ପଡିଅଛି ଯାହା ଫଳରେ ଚଢେଇ ପକ୍ଷୀ ବନ୍ୟଜନ୍ତୁ ଏବଂ ବୁଲା ଗାଈ କୁକୁର ମାନେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ଏବଂ କିଛି ଚଢେଇ ପକ୍ଷୀ ବନ୍ୟଜନ୍ତୁ ପାଣି ମୁନ୍ଦେ ପାଇଁ ଜଙ୍ଗଲ ଛାଡି ଗାଁ ମୁହାଁ ହେଉ ଅଛନ୍ତି।

ଏହାର ସୁଯୋଗ ନେଇ ଶିକାରୀ ମାନେ ଦୈନଦୀନ ପଶୁ ପକ୍ଷୀ ମାନଙ୍କୁ ଶିକାର କରୁ ଅଛନ୍ତି, ଆସନ୍ତୁ ଆମେ ସମସ୍ତେ ଶପଥ ନେବା ସମସ୍ତ ଜଙ୍ଗଲ ବନାଞ୍ଚଳ ଗୋଡିକ ରେ ଚଢେଇ ପକ୍ଷୀ ମାନଙ୍କ ପିଇବା ପାଣି ପାଇଁ ଠେକି ମାଠିଆ ରେ ବ୍ୟବସ୍ଥା କରିବା । ଖରା ଦିନ ପାଇଁ ସ୍ୱତନ୍ତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ବନାଞ୍ଚଳ ଗୁଡିକ ରେ ଚଢେଇ ପଶୁ ପକ୍ଷୀ ମାନଙ୍କ ପିଇବା ପାଣି ପାଇଁ ବନାଞ୍ଚଳ ଗୁଡିକ ରେ ସ୍ଥାୟୀ ସିମେଣ୍ଟ କୁଣ୍ଡ ନିର୍ମାଣ କରାଯାଇ ବନ ବିଭାଗ ପକ୍ଷରୁ ସେହି କୁଣ୍ଡ ଗୋଡିକ ରେ ଯଦି ଖରା ଦିନ ରେ ପାଣି ରଖା ଯାଆନ୍ତା ତାହେଲେ ବନ୍ୟା ପଶୁ ପକ୍ଷୀ ଜୀବଜନ୍ତୁ ଶାନ୍ତିରେ ପାଣି ଟୋପାଏ ପିଇ ପାରନ୍ତେ।

ଏହା ସହ ବନ ବିଭାଗ ପକ୍ଷରୁ ରାଜ୍ୟ ସମସ୍ତ ବନାଞ୍ଚଳ ଗୋଡିକ ରେ ପେଟ୍ରୋଲିଂ କଡାକଡି ହେଉ ଯାହା ଫଳରେ ପଶୁ ପକ୍ଷୀ ଶିକାରୀ ମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇ ପାରିବ ।ଏହି କାର୍ଯ୍ୟକ୍ରମ ରେ “ଯୁବଶକ୍ତି” ର ପୂଜନ ଯାଦବ,ଆଦିଲ ଖାଁ, ରମେଶ ସିଂହ, ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.

fourteen − 9 =