ଲୋକଙ୍କ ସମାସ୍ୟାକୁ ପ୍ରାଥମିକତା ଦିଆଯିବ- ସାଂସଦ ରୁଦ୍ର ପାଣି


ଢ଼େଙ୍କାନାଳ : ସଂସଦରେ ଶପଥ ଗ୍ରହଣ କରିବା ପରେ ଢେଙ୍କାନାଳର ନୂତନ ସାଂସଦ ରୁଦ୍ରନାରାୟଣ ପାଣି
ଦୁଇଦିନିଆ ଗସ୍ତରେ ଆସିଛନ୍ତି । ଶ୍ରୀ ପାଣି ତାଙ୍କ ଆବାସିକ ବାସଭବନ ଠାରେ ଉପସ୍ଥିତ ରହି ନିର୍ବାଚନ ମଣ୍ଡଳୀର ବିଭିନ୍ନ
ଜନସାଧାରଣଙ୍କ ସମାସ୍ୟା ବୁଝିଥିଲେ । ଗଣମାଧ୍ୟମର ଏକ ପ୍ରଶ୍ନର ଉତରରେ ସେ କହିଥିଲେ, ବର୍ତମାନ ସଂସଦର ଶପଥ
ଗ୍ରହଣ ପର୍ଯ୍ୟାୟ ଚାଲୁ ରହିଛି । ଆଗକୁ ବଜେଟ୍ ଅଧିବେଶନ ଆରମ୍ଭ ହେବ । ବର୍ତମାନ ଯେହେତୁ ଦୁଇଦିନ ଶନିବାର ଓ
ରବିବାର ଛୁଟି ଦିବସ ଅଛି ତେଣୁ ମୋ କର୍ମକ୍ଷେତ୍ର ଢେଙ୍କାନାଳକୁ ଆସିଛି । ଜଣେ କର୍ମଯୋଗୀ ହିସାବରେ ଲୋକଙ୍କ ମୌଳିକ
ସମାସ୍ୟାକୁ ପ୍ରାଥମିକତା ଦିଆଯିବା ମୋର ପ୍ରଧାନ କର୍ତବ୍ୟ । ମୁଁ ଯେହେତୁ ଲୋକଙ୍କ ପ୍ରତିନିଧି ତେଣୁ ଲୋକଙ୍କର ଯେ
କୌଣସି ସମାସ୍ୟା ମୋ ଦ୍ୱାରା ସମାଧାନ ହୋଇପାରିବ ସେଥିପାଇଁ ମୋର ଅବିରତ ପ୍ରୟାସ ଜାରି ରହିବ ବୋଲି ସେ
କହିଥିଲେ । ଆଗାମୀ ଦିନରେ ମଧ୍ୟ ଯେତେବେଳେ ସଂସଦର ବିରତୀ ସମୟ ହେବ, ସେତେବେଳେ ମୋର କର୍ମକ୍ଷେତ୍ରକୁ
ଆସି ମୁଁ ଲୋକଙ୍କ ସୁଖଦୁଃଖରେ ସାମିଲ୍ ହେବି ବୋଲି ଶ୍ରୀ ପାଣି କହିଛନ୍ତି ।

Leave A Reply

Your email address will not be published.

one × 3 =