ଢେଙ୍କାନାଳ ଜିଲ୍ଲା ମୁକ ବଧିର ସଂଘର ନୂତନ କର୍ମକର୍ତା ନିର୍ବାଚିତ !

ଢେଙ୍କାନାଳ : ଜିଲ୍ଲା ମୁକ ବଧିର ସଂଘର ନୂତନ କର୍ମକର୍ତା ନିର୍ବାଚନ ସ୍ଥାନୀୟ ସୂଚନା ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଆସନ୍ତା ଚାରିବର୍ଷ ପାଇଁ ନୂତନ କାର୍ମକର୍ତାମାନେ ନିର୍ବାଚିତ ହୋଇଛନ୍ତି । ଏହି ଉପଲକ୍ଷେ ଏକ ସାଧାରଣ ସଭାରେ ସଂଘର ମୁଖ୍ୟ ପୃଷ୍ଠପୋଷକ ଭାବରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଓ ପୃଷ୍ଠପୋଷକ ଭାବେ ଆଡଭୋକେଟ୍ ଦୀପକ ପ୍ରସାଦ ପଟ୍ଟନାୟକଙ୍କୁ ସର୍ବସମ୍ମତି କ୍ରମେ ମନୋନିତ କରାଯାଇଥିବାବେଳେ ଏହି କମିଟିରେ ଢେଙ୍କାନାଳର ଶିକ୍ଷାବିତ୍ ତଥା ବିଦ୍ୟାର୍ଥୀ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଜ୍ଞାନେନ୍ଦ୍ର କୁମାର ସାହୁଙ୍କୁ କମିଟିର ଉପାଧ୍ୟକ୍ଷ ଓ ଟାକ୍ସ ଆଡଭୋକେଟ୍ ଶକ୍ତି ସ୍ୱରୂପ ମିଶ୍ରଙ୍କୁ ଉପଦେଷ୍ଟା ଏବଂ ମନୋରଞ୍ଜନ ସାମଲଙ୍କୁ ସଂଘର ସଭାପତି ଭାବରେ ଚୟନ କରାଯାଇଅଛି । ଅନ୍ୟମାନଙ୍କ ମଧ୍ୟରେ ରାଜେନ୍ଦ୍ର ନାରାୟଣ ସାମଲ, ବସନ୍ତ କୁମାର ପଟ୍ଟନାୟକ ଓ ଜିତେନ୍ଦ୍ର କୁମାର ସାହୁଙ୍କୁ ଉପସଭାପତି, ଅକ୍ଷୟ କୁମାର ଶତପଥୀ ସାଧାରଣ ସଂପାଦକ, ପ୍ରକାଶ ଚନ୍ଦ୍ର ମାଝୀ ଯୁଗ୍ମ-ସଂପାଦକ, ଭାଗ୍ୟଧର ସାହୁ-କୋଷାଧ୍ୟକ୍ଷ, ବୀରେନ୍ଦ୍ର କୁମାର ସାହୁ କ୍ରୀଡା ସଂପାଦକ, ଜୁଲି ସାମଲ-ଯୁଗ୍ମସଂପାଦିକା ଭାବେ ନିର୍ବାଚିତ ହୋଇଥିବାବେଳେ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବରେ ଢେଙ୍କାନାଳରୁ ଦୀପକ ବେହେରା, ନିରୋଦ କୁମାର ସ୍ୱାଇଁ, ଦୀପକ ବେହେରା, ସୁମିତ୍ରା ସାହୁ, ଇତିଶ୍ରୀ ସ୍ୱାଇଁ, ହିନ୍ଦୋଳର ଶୁଭ୍ରଂଶୁ ଶେଖର ପରିଡା, କାମାକ୍ଷାନଗରରୁ ବାପି ପୂହାଣ, ଗଁଦିଆର ସୁଜିତ୍ କୁମାର ସାମଲ, ପରଜଙ୍ଗର ବନମାଳି ପଣ୍ଡାଙ୍କୁ ନିର୍ବାଚିତ କରାଯାଇଥିବାବେଳେ ସୋନଲ ସାମଲଙ୍କୁ ସଂକେତ ଅନୁବାଦିକା ଭାବରେ ଚୟନ କରାଯାଇଥିଲା ।

Leave A Reply

Your email address will not be published.

fourteen − 6 =