ରୁଙ୍ଗଟା ଷ୍ଟିଲ ପ୍ଲାଂଟ ଦୁର୍ଘଟଣା ଆହତଙ୍କୁ ଅଶ୍ୱନୀ ହସ୍ପିଟାଲରେ ଭେଟିଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର !

ଢେଙ୍କାନାଳ : ରୁଙ୍ଗଟା ଷ୍ଟିଲପ୍ଲାଂଟ୍ ଦୁର୍ଘଟଣାରେ ଆହତ ହୋଇ କଟକ ଅଶ୍ୱନୀ ହସ୍ପିଟାଲରେ ଗତ ମଙ୍ଗଳବାର ଠାରୁ ଚିକିତ୍ସାଧୀନ ଥିବା ଶ୍ରମିକ ଦ୍ୱୟଙ୍କୁ ହସ୍ପିଟାଲରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପହଂଚି ସାକ୍ଷାତ କରିଥିଲେ । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଚିକିତ୍ସା କରୁଥିବା ଡାକ୍ତର ଓ଼ କର୍ତୃପକ୍ଷଙ୍କ ସହ ଆଲୋଚନା କରି ସେମାନଙ୍କୁ ଉତମ ସେବା ଯୋଗାଇଦେବା ପାଇଁ ପରାମର୍ଶ ଦେଇଥିଲେ । ଆହତ ନବ କୁମାର ସାମନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ରଖା ଯାଇଅଛି ଏବଂ ଅମଲ ବେରାର ସ୍ୱାସ୍ଥ୍ୟବସ୍ଥା ଭଲ ଥିବାର ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

14 − twelve =