ଭୁବନ ପ୍ରେସକ୍ଲବ ଓ ବିଷ୍ଣୁପ୍ରିୟା ଜୁଏଲର୍ସ ମିଳିତ ସହଯୋଗରେ ରଜ ମଉଜ ଅନୁଷ୍ଠିତ : ଗାଁ ଗହଳିରେ ପ୍ରତିଭା ମାନଙ୍କୁ ଆଗକୁ ନେବାରେ ସହାୟକ ହେଉଛି ବିଷ୍ଣୁପ୍ରିୟା ଜୁଏଲର୍ସ !

ଢ଼େଙ୍କାନାଳ : ଓଡ଼ିଶାର ଗଣ ପର୍ବ ରଜ ଅବସରରେ ଉତ୍ସବ ମୁଖର ହୋଇଉଠିଛି ଗାଁ ଠୁ ସହର। ବେଶ ଧୁମଧାମରେ ପାଳନ ହେଉଛି ସବୁଠି ରଜ ଉତ୍ସବ। ଏହି ଉତ୍ସବ ଝିଅ ମାନଙ୍କ ମନରେ ଢେର ସାରା ଖୁସୀ ବାଣ୍ଟିଥିବା ବେଳେ ଖିଲି ପାନ ଓ ରଜ ଦୋଳି ସହ ବନସ୍ତେ ଡାକିଲା ଗଜ ର ସଙ୍ଗୀତ ସମସ୍ତଙ୍କୁ ବେସ ଆନନ୍ଦ ଦେଇଥାଏ । ତେବେ ରଜପର୍ବକୁ ଆହୁରି ସରସ ସୁନ୍ଦର କରିବା ପାଇଁ ଭୁବନ ପ୍ରେସକ୍ଲବ ଓ ବିଷ୍ଣୁପ୍ରିୟା ଜୁଏଲର୍ସ ମିଳିତ ସହଯୋଗରେ ଭୁବନରେ ଆୟୌଜିତ ହୋଇଛି ରଜ ମଉଜ ଉତ୍ସବ। ତେବେ ତିନିଦିନ ଧରି ଏହି ଉତ୍ସବ ଆୟୋଜିତ ହେଉଥିବା ବେଳେ ଚଳିତ ବର୍ଷ ମାର୍ଥାପୁର, ପିଙ୍ଗୁଆ ଏବଂ ସଢଙ୍ଗୀରେ ବହୁ ଆଡମ୍ବରରେ ରଜମଉଜ ଉତ୍ସବ ପାଳନ ହୋଇଯାଇଛି। ଭୁବନରେ ଆୟୌଜିତ ଏହି ରଜମଉଜ ଉତ୍ସବରେ ଅଭିନେତ୍ରୀ ଦିବ୍ୟାଙ୍କ ସହିତ ଅଞ୍ଚଳର କୁନିକୁନି ଝିଅ ମାନେ ନୃତ୍ୟ,ଗିତ ଓ ନାନା ପ୍ରକାରର ଖେଳରେ ମସଗୁଲ ହୋଇଯାଇଥିବା ବେଳେ ମା ମାନେ ମଧ୍ୟ ବାଦ ପଡିନଥିଲେ। ସମସ୍ତଙ୍କ ନେଇ ବିଭିର୍ଣ୍ଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆୟୌଜିତ ଏହି ଉତ୍ସବରେ ଲୁକାୟିତ ପ୍ରତିଭା ମାନଙ୍କର ପ୍ରତିଭାକୁ ବିକସିତ କରିବା ସହ କୃତି ପ୍ରତିଯୋଗୀ ମାନଙ୍କୁ ଦିଆ ଯାଇଥିବା ସୁନ୍ଦର ସୁନ୍ଦର ଉପହାର ମଧ୍ୟ ସେମାନଙ୍କ ପାଇଁ ପ୍ରେରଣା ଉଚ୍ଛ ପାଲଟିଛି। ତେବେ ଓଡିଆଙ୍କ ଗଣପର୍ବ ରଜକୁ ବର୍ତ୍ତମାନର ଯୁବସମାଜ ଭୁଲିଯାଉଥିବା ବେଳେ ଭୁବନ ପ୍ରେସକ୍ଲବ ଓ ବିଷ୍ଣୁପ୍ରିୟା ଜୁଏଲର୍ସର ଏହି ପ୍ରୟାସ ସମସ୍ତଙ୍କୁ ପ୍ରେରଣା ଦେବାରେ ସହାୟ ହୋଇପାରିଛି।

Leave A Reply

Your email address will not be published.

8 + sixteen =