ଭାରତ ସ୍କାଉଟସ୍ ଓ ଗାଇଡସ୍ ପକ୍ଷରୁ ଗ୍ରୀଷ୍ମ ପ୍ରବାହ ଉପଶମସେବା ଶିବିର-୨୦୨୪ !

ଢେଙ୍କାନାଳ : ଦୁଇଦିନ ଧରି ଢେଙ୍କାନାଳ ଜିଲ୍ଲା ଭାରତ ସ୍କାଉଟସ୍ ଓ ଗାଇଡସ୍ ଓ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡସ୍‌ ଭୁବନେଶ୍ୱରଙ୍କ ମିଳିତ ସହଯୋଗରେ ଢେଙ୍କାନାଳ ବସ୍‌ଷ୍ଟାଣ୍ଡସ୍ଥିତ ହନୁମାନ ବାଟିକା ଠାରେ ଗ୍ରୀଷ୍ମ ପ୍ରବାହ ଉପଶମ ସେବା ଶିବିରର ଆୟୋଜନକରାଯାଇଥିଲା । ଉକ୍ତ ସେବା ଶିବିରକୁ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ସ୍କାଉଟସ୍ ଓ ଗାଇଡସ୍‌ର ମୁଖ୍ୟ କମିଶନର ବିନିତା ସେନାପତି ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିବା ସହିତ ମାନବ ସେବା ହିଁ ମାଧବ ସେବା, ଏହି ଧର୍ମରେ ଦୀକ୍ଷିତ ହୋଇ ମାନବ ସେବାରେନିଜକୁ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇସ୍କାଉଟସ୍ ଓ ଗାଇଡସ୍‌ମାନଙ୍କର ଏହି ସେବାକାର୍ଯ୍ୟ ପାଇଁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଦହି ସର୍ବତ ବଂଟନ କାର୍ଯ୍ୟକ୍ରମରେ ଜିଲ୍ଲାର ୧୪ଟିଉଚ୍ଚ ବିଦ୍ୟାଳୟରୁ ୩୦ ଜଣ ସ୍କାଉଟସ୍ ଓ ଗାଇଡସ୍ ଯୋଗଦେଇ ପଥିକମାନଙ୍କୁ ଦହିସର୍ବତ ବଂଟନ କରିଥିଲେ । ଜିଲ୍ଲା ସ୍କାଉଟ୍ ଓ ଗାଇଡ୍‌ସମ୍ପାଦକ ପ୍ରକାଶ ଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟି ସଂପାଦିତ ହୋଇଥିଲା । ଏଥିରେ ଜିଲ୍ଲା ତାଲିମ୍ କମିଶନର ନରେଶକୁମାର ମହାରଣା,ସ୍କସ୍କୁଟ୍ ସଂଗଠନ କମିଶନର ବିଜୟ କୁମାର ନନ୍ଦ, ଗାଇଡ୍ ସଂଗଠନ କମିଶନର ସବିତା ସାହୁ, ସ୍କାଉଟ୍ କମିଶନର ଇତିଶ୍‌କୁମାର ବରାଳ, ସ୍କାଉଟ୍ ମାଷ୍ଟର ସୁବ୍ରତ କୁମାର ମିଶ୍ର, ଦୁଷ୍ମନ୍ତ ସେଠୀ, ମହେନ୍ଦ୍ର ସାହୁ, ଅମୀୟ ଧଳ, ବିଦୁର ସାମଲ, ମନୋରଞ୍ଜନ ସାହୁ,ଗାଇଡ୍ କ୍ୟାପ୍‌ଟେନ୍ ହରପ୍ରିୟା ଦାସ, ସୌଦାମିନୀ ଦଳେଇ, ଚାରୁଲତା ଦଳେଇ, ସ୍ମିତିସୁଧା ଜେନା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।

Leave A Reply

Your email address will not be published.

twenty − 15 =