ଭୁବନ ଅଂଶୁଘାତ ରେ ୨ ଜଣଙ୍କ ମୃତ୍ୟୁ !

ଢ଼େଙ୍କାନାଳ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳୁଗୁଳି ଯୋଗୁଁ ଭୁବନ ରେ ୨ ଜଣ ବ୍ୟକ୍ତି ଙ୍କ ର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ଖବର ରୁ ପ୍ରକାଶ ଯେ,ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ଡାକ ବଙ୍ଗଳା ନିକଟସ୍ଥ ସୁଧାଂଶୁ ଭୂଷଣ ପୃଷ୍ଟି (୫୨) ଗ୍ରୀଷ୍ମ ପ୍ରବାହ କାରଣରୁ ନୁଆ ବଜାର ରେ ଅସୁସ୍ଥ ହୋଇ ପଡ଼ିଥିଲେ। ଚିକିତ୍ସା ପାଇଁ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିବା ବେଳେ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଅନୁରୂପ ଭାବେ ଭୁବନ ବ୍ଲକ ଅନ୍ତର୍ଗତ ମଠାଖୋକସା ଗ୍ରାମର କବି ରାଉତ (୩୦) ନିଜ ଘରେ ବସିଥିବା ବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଡାକ୍ତରଖାନା କୁ ଆଣିଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ଭୁବନ ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି । ଭୁବନ ରେ ଆଜି ତାପମାତ୍ରା ୩୯ ଡିଗ୍ରୀ ଥିବା ବେଳେ ଗୁଳୁଗୁଳି ୫୨ ଡିଗ୍ରୀ ଥିଲା।

Leave A Reply

Your email address will not be published.

8 − 6 =