ହନୁମାନ ବାଟିକାରେ ହନୁମାନଙ୍କର ୧୬ତମ ବାର୍ଷିକୋତ୍ସବ ପାଳିତ !

ଢେଙ୍କାନାଳ : ଢେଙ୍କାନାଳ ସହର ବସ୍‌ଷ୍ଟାଣ୍ଡ ନିକଟ ହନୁମାନ ବାଟିକା ଠାରେ ହନୁମାନଙ୍କର ୧୬ତମ ବାର୍ଷିକୋତ୍ସବମହାଆଡମ୍ବର ସହ ପାଳିତ ହୋଇଯାଇଅଛି । ପ୍ରଥମେ ହନୁମାନଙ୍କ ଠାରେ ମଙ୍ଗଳା ଆଳତୀ ଓ ପରେ ମାଜଣା କରାଯାଇଥିଲାା ସୂର୍ଯ୍ୟପୂଜା, ମଣ୍ଡଳାଦି ପୂଜା, ଅଗ୍ନିସ୍ଥାପନ, ଷୋଡଶ ଉପଚାର ପୂଜା ଓ ଗୀତାଯଜ୍ଞ ସହିତ ହଜାରେ ଆହୁତି ଦିଆଯାଇଥିଲାା ଭକ୍ତମାନେ ବିଭିନ୍ନ ଭୋଗରାଗ ହନୁମାନଙ୍କ ପାଖରେ ଲାଗି କରିଥିଲେ । ମଧ୍ୟାହ୍ନରେ ତିନି ହଜାରରୁ ଉର୍ଦ୍ଧ୍ୱ ଭକ୍ତ ପ୍ରସାଦସେବନକରିଥିଲେ । ପୂଜକ ଅମରେନ୍ଦ୍ର ମିଶ୍ର ସମସ୍ତ ପୂଜାକ ତୁଲାଇଥିବାବେଳେ କର୍ତା ରୁଦ୍ରନାରାୟଣ ତ୍ରିପାଠୀ, ସଭାପତି ଶୁଭେନ୍ଦୁତ୍ରିପାଠୀ, ସଂପାଦକ ଗୟାଧର ବେହେରା, କୋଷାଧ୍ୟକ୍ଷ ଚିତରଞ୍ଜନ ସାହୁ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସନ୍ତୋଷ ରାଉତ, ପୁଲକମିଶ୍ର, ବିରଜା ମିଶ୍ର, ଅରୁଣ ବିଶ୍ୱାଳଙ୍କ ସମେତ ହନୁମାନ ବାଟିକାର ସମସ୍ତ କର୍ମକର୍ତା ଏଥିରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

four + 13 =