ରାଜ୍ୟସ୍ତରୀୟ ବରିଷ୍ଠ ପେନଚାକ ସିଲାଟ ପ୍ରତିଯୋଗିତାରେ ଢେଙ୍କାନାଳକୁ ୨ କାଂସ୍ୟ ପଦକ !

ଢ଼େଙ୍କାନାଳ: ରାଜ୍ୟ ସ୍ତରୀୟ ପେନଚାକ୍ ସିଲାଟ ପ୍ରତିଯୋଗିତା ଝାରସୁଗୁଡ଼ାର କକ୍ସ କଲୋନୀ ପରିସରରେ ଥିବା ଉତ୍କଳ ଜ୍ୟୋତି ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଓଡ଼ିଶାର ୧୫ ଟି ଜିଲ୍ଲାର ୧୮୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ସେହିଭଳି ଢେଙ୍କାନାଳ ଜିଲ୍ଲା ପେନଚାକ ସିଲାଟ ଆସୋସିଏସନରୁ ୪ ଜଣ ପ୍ରତିଯୋଗୀ ଗୁରୁ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରତିଯୋଗିତା ରେ ଯୋଗଦାନ କରି ୨ଜଣ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଗୁରୁଦେବଜୀ ଗୁରୁକୁଳର ପ୍ରତାପ କୁମାର ନାଏକ ୪୫ରୁ ୫୦ କେଜି ବର୍ଗ ଏବଂ ଇନ୍ଦ୍ରଜିତ ସାହୁ ୮୫ରୁ ୯୦ କେଜି ବର୍ଗରେ ଟେଣ୍ଡିଂ ଫାଇଟରେ ଜିଲ୍ଲା ପାଇଁ ୨ଟି ବ୍ରୋଞ୍ ପଦକ ହାସଲ କରିଥିବାବେଳେ ଜିଲ୍ଲା ସମ୍ପାଦକ ଇଂ ସୌମ୍ୟବ୍ରତ ସାହୁଙ୍କୁ ସିଲାଟ ଓଡ଼ିଶା ପକ୍ଷରୁ ରାଜ୍ୟ ସମ୍ପାଦକ ପ୍ରେମ ସିଂ ଥାପା, ସଭାପତି ଏବଂ ଅନ୍ୟାନ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍ଠିତ ଏକ ଦିବସୀୟ ସିନିୟର୍ ରାଜ୍ୟ ପେନକାକ ସିଲଟ ଚାମ୍ପିଅନସିପ ପ୍ରତିଯୋଗିତାରେ ଅତିଥି ମାନେ ଯୋଗଦାନ କରି କୃତି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ସାର୍ଟିଫିକେଟ ଏବଂ ପଦକ ପ୍ରଦାନ କରିଥିଲେ। ଏହି ସଫଳତା ପାଇଁ ଗୁରୁଦେବଜୀ ଗୁରୁକୁଳ, ଢେଙ୍କାନାଳ ସିଲାଟ ଆସୋସିଏସନ ଓ ଜିଲ୍ଲାର ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନରୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave A Reply

Your email address will not be published.

two × one =