ଜାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ୪୭ତମ ଶ୍ରୀ ରାମଚରିତ ମାନସ ପାରାୟଣର ପୂର୍ଣ୍ଣାହୁତି !

ଢେଙ୍କାନାଳ : ଢେଙ୍କାନାଳ ସହରସ୍ଥିତ ଯାଉଁଳି ପୋଖରୀ ମଠ ପରିସରରେ ପ୍ରତ୍ୟେକ ବର୍ଷ ପରି ମର୍ଯ୍ୟାଦା ପୁରୁଷୋତମରଘୁକୂଳ ତିଳକ ଶ୍ରୀ ରାଘବେନ୍ଦ୍ର ରାମଚନ୍ଦ୍ରଙ୍କର ୪୭ତମ ଶ୍ରୀ ରାମଚରିତ ମାନସ ନବାହ୍ନ ପାରାୟଣ ଓ ମହାଯଜ୍ଞ ପୂର୍ଣ୍ଣାହୁତିଅନୁଷ୍ଠିତ ହୋଇଯାଇଅଛି । ୧୩ ତାରିଖରୁ ଆରମ୍ଭ ହୋଇ ଅଦ୍ୟ ୨୧ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ପାଳନକରାଯାଇଥିଲା । ପାରାୟଣର ପ୍ରଥମ ଦିନରେ ପୁରୁଷୋତମ ଦାସଜୀ ମହାରାଜଙ୍କ ଦ୍ୱାରା ୧୩ ତାରଖରେ ଶିବପାର୍ବତୀବିବାହ ଓ ୧୪ ତାରିଖରେ ଶ୍ରୀରାମ ଜନ୍ମର କାରଣ ଓ ଜନ୍ମ ଉତ୍ସବ ପ୍ରବଚନ ଆରମ୍ଭ ହୋଇଥିବାବେଳେ କମଳଲୋଚନଦାସଜୀ ମହାରାଜଙ୍କ ଦ୍ୱାରା ୧୫ ତାରିଖରେ ସୀତାରାମ ବିବାହ ଉତ୍ସବ ଓ ୧୬ ତାରିଖରେ ଶ୍ରୀରାମ ବନ ଗମନ, ନାରାୟଣଦାଶ (ମାନସ ରାଜହଂସ)ଙ୍କ ଦ୍ୱାରା ୧୭ ତାରିଖରେ ଦଶରଥଙ୍କ ଦେହତ୍ୟାଗ ଓ ଭରତଙ୍କ ଚିତ୍ରକୂଟ ଗମନ, ନିରଞ୍ଜନଶାସେନୀଙ୍କ ଦ୍ୱାରା ୧୮ ତାରିଖରେ ଭରତଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତନ ଓ ସୀତା ହରଣ ଓ ୧୯ ତାରିଖରେ ହନୁମାନ ଚରିତ ଓସେତୁ ବନ୍ଧ ପ୍ରତିଷ୍ଠା ଏବଂ ଅନ୍ତର୍ଯ୍ୟାମୀ ଦାସଜୀ ମହାରାଜଙ୍କ ଦ୍ୱାରା ୨୦ ତାରିଖରେ ସମର ଲୀଳା ଓ ରାବଣ ବଧ ଏବଂ ୨୧ତାରିଖରେ ଶ୍ରୀରାମଭିଷେକ ଓ ଜ୍ଞାନ ପ୍ରକରଣ ଉପରେ ପ୍ରବଚନ ଅନୁଷ୍ଠିତ ହୋଇଥିଲା ।ଆଚାର୍ଯ୍ୟ ଅମରେନ୍ଦ୍ର ନନ୍ଦ ଓ ସହଯୋଗୀ ରିତିକ୍ ବୃନ୍ଦଙ୍କ ଦ୍ୱାରା ପ୍ରତ୍ୟହ ପ୍ରାତଃ ୭ ଘଟିକା ଠାରୁ ସୂର୍ଯ୍ୟପୂଜା, ଗୋ-ପୂଜା, ରୁଦ୍ରାଭିଷେକ, ଗୀତା ଓ ଶ୍ରୀ ବିଷ୍ଣୁ ସହସ୍ରନାମ, ଶ୍ରୀ ରାମାର୍ଜନ ଓ ତତ୍‌ପରେ ୧୧ ଘଟିକା ଠାରୁ ଯଜ୍ଞ ଅନୁଷ୍ଠିତ ହୋଇଥିଲାା ପ୍ରତ୍ୟହ ସଂଧ୍ୟା ୬ଟା ୩୦ମି.ରେ ଶ୍ରୀ ଜୀଉଙ୍କର ପାରାୟଣ ମଣ୍ଡପ ବିଜେ ଆରତୀ, ଅସ୍ତୁତି ଓ ସାଧୁସନ୍ଥଙ୍କ ଦ୍ୱାରା ଶ୍ରୀରାମନାମ ଭଜନ କୀର୍ତନ ଓ ଶ୍ରୀ ହନୁମାନ ଚାଳିଶା ପାଠ କରାଯିବା ସହିତ ପ୍ରତ୍ୟେହ ସଂଧ୍ୟା ୭ ଘଟିକାରେ କଥା ବାଚକଙ୍କ ଦ୍ୱାରାଶ୍ରୀରାମ କଥାମୃତ ଧାରା ପ୍ରବାହ ଅନୁଷ୍ଠିତ ହୋଇଥିଲା । ଏଥିରେ ମଂଚ ପରିଚାଳକ ତଥା ଉପସ୍ଥାପନା କରିଥିଲେ ବିଶ୍ୱମ୍ବରଦାସଜୀ ମହାରାଜ । ଉକ୍ତ କାର୍ଯ୍ୟକ୍ରମକୁ ମଠର ମହନ୍ତ ବ୍ରହ୍ମାନନ୍ଦ ଦାସଜୀ ମହାରାଜ ପରିଚାଳନା କରିଥିବାବେଳେ ପ୍ରଭୁପାଦଦାସଜୀ ମହାରାଜ ସହଯୋଗ କରିଥିଲେ । ଏଥିରେ ଉଦ୍ୟୋକ୍ତା ଭାବେ ମୁରଲୀ କୁମାର ଭଞ୍ଜ, ସଞ୍ଜୟ କୁମାର ଭଞ୍ଜ, ସୁଶାନ୍ତକୁମାର ଜେନା, ପ୍ରତାପ କୁମାର ମହାନ୍ତି, ସରୋଜ କୁମାର ମହାନ୍ତି, ଶିବ ପ୍ରସାଦ ଦାଶ, ପ୍ରଦ୍ୟୁମ୍ନ କୁମାର ପାଢୀ,ହୃଦୟାନନ୍ଦ ମହାନ୍ତି ଓ ମନୋଜକୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସହରର ଭକ୍ତମାନେ ସଂଧ୍ୟାରେ ପ୍ରସାଦସେବନ କରିଥିଲେ ।

Leave A Reply

Your email address will not be published.

fourteen − 11 =