ଢେଙ୍କାନାଳ ନିର୍ବାଚନମଣ୍ଡଳୀ ବଜେଡିର ମହାମିଶ୍ରଣ ପର୍ବଯୋଗଦେଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ !

ଢେଙ୍କାନାଳ : ଢେଙ୍କାନାଳ ନିର୍ବାଚନମଣ୍ଡଳୀ ବିଜୁ ଜନତାଦଳ ତରଫରୁ ଆଜି ସ୍ଥାନୀୟ ଶ୍ରୀରାମ ମଣ୍ଡପ ଠାରେ ଏକ ମହା ମିଶ୍ରଣ ପର୍ବ ବିଧାୟକ ସୁଧିର କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ଢେଙ୍କାନାଳ ସାସଂଦ ମହେଶ ସାହୁ , ବିଜେଡି ଜିଲ୍ଲା ସଭାପତି ତଥା ପରଜଙ୍ଗ ବିଧାୟକ, ପୁର୍ବତନ ମନ୍ତ୍ରୀ ଡ଼ ନୃସିଂହ ଚରଣ ସାହୁ.ଢେଙ୍କାନାଳ ସହ ପର୍ଯ୍ୟବେକ୍ଷକ ଅମରଜିତ ସେନାପତି ଯୋଗଦେଇ ମହା ମିଶ୍ରଣ ପର୍ବରେ ଢେଙ୍କାନାଳ ପୌରଞ୍ଚଳର ୱାଡ ନମ୍ବର ୭,୮,୯ ଓ ୨୦,୨୧,୨୨ର ଶତାଧିକ ବିଜେପି ଓ କଂଗ୍ରେସ କର୍ମିା ମାନଙ୍କୁ ଉତ୍ତରୀ ଓ ପୁଷ୍ପ ଗୁଛଦେଇ ସ୍ୱାଗତ ଜଣାଇଥିଲେ । ୱାଡ ନମ୍ବର୭,୮,୯ର କର୍ମୀ ମାନେ ବିନୋଦ କୁମାର ମହାନ୍ତି , ରାମଜାନ ଖାନ, ସରୋଜ ମହାନ୍ତି, ପୁରସ୍ତମ ନାୟକ, ଅଶୋକ ଜେନା, ଦୁର୍ଗାନାୟକ, ରଞିତ ପିରେଇ, ସମ୍ବିତ ପିରେଇ, ଶିବ ପ୍ରସାଦ ସାହୁ, ଏସ କେ ସୋହେଲ, ଅପ୍ତିକମ ନାୟକ, ଆଶିଷ ମହାପାତ୍ର , ଲୁଲ ମହାପାତ୍ର, ପିଣ୍ଟୁ ମହାପାତ୍ର, ରକି ବେଉରା ପ୍ରମୁଖଙ୍କ ନେତୃତରେ ଶତାଧିକ ମହିଳା ଓ ପୁରୁଷ କର୍ମୀ ଏକ ବିଶାଳ ଶୋଭାଯାତ୍ରା ଆସି ମଣ୍ଡପ ଠାରେ ପହଞ୍ଚିଥିଲେ । ସେହିପରି ସହର ମଧ୍ୟରେ ଥିବା ୱାଡ ନମ୍ବର ୨୦, ୨୧, ଓ ୨୨ର ପୁର୍ବତନ କାଉନସିଲର ବାପୁଜି ନାୟକ, ଆନନ୍ଦ କର, ସଂଦ୍ଧୟାରାଣୀ ପଣ୍ଡା, ବିଦ୍ୟାଧର ପାଣି, ଜ୍ୟୈାତିପ୍ରକାଶ ମହାପାତ୍ର, ଆଦିତ୍ୟ ମଲ୍ଲିକ(ଗାଦ୍ଧୀ), ପ୍ରହରାଜ ନାୟକ, ବିକାଶ ଦେହୁରୀ, ଓମ ମଲ୍ଲିକ, ରଜତ ନାୟକ, ଓ ବିକାଶ ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ କର୍ମୀ ଶୋଭାଯାତ୍ରାରେ ଆସି ସଭାସ୍ଥଳରେ ପହଞ୍ଚିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ସାମଲ କର୍ମୀ ମାନଙ୍କୁ କହିଥିଲେ ଯେ ବିଜୁ ବାୁଙ୍କ ସ୍ୱପ୍ନ କୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ସମସ୍ତ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଓ ନବୀନ ଓଡିଶା ଗଠନ କରିବାପାଇଁ ଆମ ସମସ୍ତଙ୍କ ଭୁମିକା ଗୁରୁତ୍ୱ ପୁର୍ଣ୍ଣ ଆଜିର ଦିନରେ ଶପଥ ନେଇ ଦଳ ପାଇଁ କାର୍ଯ୍ୟ କରିବା । ଏହି ମିଶ୍ରଣ ପର୍ବକୁ ବିଜୁ ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର ପରିଚାଳନା କରୁଥିବା ବେଳେ ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ତେଥା ରାଜ୍ୟ ବନ ଉନ୍ନୟନ ନିଗମ ଉପଦେଷ୍ଟା ଦେବୀପ୍ରସାଦ ଭୁତିଆ, ବିଧାୟକଙ୍କ ପ୍ରତିନିଧି ଅଜୟ କୁମାର ଭଞ, ଯୁବନେତା ଶ୍ରୀକାନ୍ତ ଧଳ, ଦୀପକ କୁମାର ମିଶ୍ର, ଉପ-ନଗରପାଳ ପ୍ରକାଶ କୁଅଁର, ଛାତ୍ର ସଭାପତି ସୁରଜ ମହାପାତ୍ର, ଲିଗାଲସେଲ ସଭାପତି ଗୋପାଳ ପାତ୍ର, ବିଜେଡିର ସମସ୍ତ କାଉନସିଲର, ଛାତ୍ର ବିଜେଡି ନଗର ସଭାପତି ସୋନୁରାମ ସିଂ, ଡିଜିଟାଲ ସମ୍ପାଦକ ଗଙ୍ଗାଧର ରାଉତଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ଶେଷରେ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସାଗରିକା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଦିବଙ୍ଗତ ନେତା, ପୁର୍ବତନ ମନ୍ତ୍ରୀ ସ୍ୱର୍ଗତ ଦାମ ରାଉତଙ୍କ ଅମର ଆତ୍ମର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ର୍ପ୍ରାଥନା କରଯାଇଥିଲା ।

Leave A Reply

Your email address will not be published.

15 − six =