ତରଭା ଗ୍ରାମରେ ରାମ ଚରିତ ମାନସ କଥାମୃତ !

ଢେଙ୍କାନାଳ : ସଦର ବ୍ଲକ୍ ଅନ୍ତର୍ଗତ ତରଭା ଗ୍ରାମର ହନୁମାନ ପାହାଡ ଉପରେ ଆଜକୁ ପ୍ରାୟ ୭ ବର୍ଷ ଧରିପାଳନ ହୋଇଆସୁଥିବା ଶ୍ରୀ ଶ୍ରୀ ରାମ ଚରିତ ମାନସ କଥାମୃତ ଚଳିତ ବର୍ଷ ମହାଆଡମ୍ବର ସହିତ ପାଳନ ହେଉଅଛିା ଗତ ୧୫ ତାରିଖରେ ଆରମ୍ଭ ହୋଇ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପ୍ରବକ୍ତା ପ୍ରତାପ ନନ୍ଦ, ସୁଶ୍ରୀତପସ୍ୱିନୀ ପାଢୀ, ସୁଶ୍ରୀ ରିନାରାଣୀ ନାୟକଙ୍କୁ ନେଇ ରାମ ଚରିତ ମାନସ କଥାମୃତ ଅନୁଷ୍ଠିତ ହେଉଅଛି । ଏହିକାର୍ଯ୍ୟକ୍ରମରେ ତରଭା ଗ୍ରାମର ମୁଖ୍ୟ ଉପଦେଷ୍ଟା ବିପିନ ସ୍ୱାଇଁ ଏବଂ ସହଯୋଗୀ ଅମ୍ବୁଜ ରାଉତ, ଯମ୍ବେଶ୍ୱର ବିଶ୍ୱାଳ,ପ୍ରମୋଦ ସ୍ୱାଇଁ, ଦେବରାଜ ବିଶ୍ୱାଳ, ସମୀର ସ୍ୱାଇଁ, ଅଭୟ ସ୍ୱାଇଁ, ଜଗନ୍ନାଥ ବେହେରା ପ୍ରମୁଖ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.

three + sixteen =