ଭୁବନ ବ୍ରହ୍ମାନନ୍ଦ ମେମୋରିଆଲ ନାଇଟ କ୍ରିକେଟ ଟୁର୍ଣାମେଣ୍ଟ : ପ୍ରୟାସ ୧୯୯୧ ଚାମ୍ପିଅନ !

ଢ଼େଙ୍କାନାଳ : ଭୁବନ ମିନି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେଉଥିବା ବ୍ରହ୍ମାନନ୍ଦ ମେମୋରିଆଲ ନାଇଟ କ୍ରିକେଟ ଟୁର୍ଣ୍ଣlମେଣ୍ଟ ରେ ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ୍ ରେ ପ୍ରୟାସ ୧୯୯୧ ଜେନିଥ କ୍ଲବ୍ କୁ ୨୩ ରନ ରେ ହରାଇ ଚାମ୍ପିଅନ ହୋଇଛି । ପ୍ରୟାସ ୧୯୯୧ ଟସ୍ ରେ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ମାତ୍ର ୩ ୱିକେଟ ହରାଇ ୧୦୯ ରନ କରିଥିବା ବେଳେ ଏହାର ଜବାବ ରେ ଜେନିଥ କ୍ଲବ୍ ୧୦ ଓଭର ରେ ୪ ୱିକେଟ ହରାଇ ମାତ୍ର ୮୬ ରନ କରିବାକୁ ସକ୍ଷମ ହୋଇଥିଲା ଓ ପ୍ରୟାସ ଟିମ୍ ବିଜୟୀ ହୋଇଥିଲା। ପ୍ରୟାସ ଟିମ୍ ତରଫରୁ ଡମ୍ବରୁଧର ପୃଷ୍ଟି ୮ ଟି ଚୌକା ଓ ୩ ଟି ବିଶାଳ ଛକା ସହାୟତାରେ ବ୍ୟକ୍ତିଗତ ୫୩ ରନ କରି ଦଳକୁ ବିଜୟୀ କରିଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା। ଆଜିର ମ୍ୟାଚ୍ ରେ ଯୋଡ଼ା ଡି ଡି ଏମ ଦିନେଶ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରୟାସ ଟିମ୍ କୁ ଚାମ୍ପିଅନ ଟ୍ରଫି ପ୍ରଦାନ କରିଥିଲେ । ପ୍ରୟାସ ଟିମ୍ କ୍ୟାପଟେନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଦଳଗତ ପ୍ରୟାସ ଯୋଗୁ ପ୍ରୟାସ ଟିମ୍ ବିଜୟୀ ହେଲା ବୋଲି ମତବ୍ୟକ୍ତ କରିବା ସହ ସମସ୍ତ ସାଥୀ ଓ ଆୟୋଜକଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।

Leave A Reply

Your email address will not be published.

18 − nine =