ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ମା’ତାରିଣୀଙ୍କ ଦ୍ୱାଦଶ ଜନ୍ମବାର୍ଷିକୀ ଉତ୍ସବ ପାଳନ !

ଢେଙ୍କାନାଳ : ବସ୍‌ଷ୍ଟାଣ୍ଡସ୍ଥିତ ମା’ତାରିଣୀଙ୍କ ଦ୍ୱାଦଶ ଜନ୍ମବାର୍ଷିକୀ ଉତ୍ସବ ମା’ ତାରିଣୀ ବେପାରୀ ସଂଘଦ୍ୱାରା ମହାସମାରୋହରେ ପାଳିତ ହୋଇଯାଇଅଛି । ସକାଳ ୫ ଘଟିକା ସମୟରେ ମଙ୍ଗଳା ଆଳତୀ, ସକାଳ ୬ ଘଟିକାରେନୀତି ପୂଜା, ସକାଳ ୮ ଘଟିକା ସମୟରେ ସୂର୍ଯ୍ୟପୂଜା ଓ ଗୋ-ପୂଜା, ଦିବା ୧୦ ଘଟିକା ସମୟରେ ଯଜ୍ଞ ଓ ବିଭିନ୍ନଭୋଗରାଗ ଲାଗି କରାଯାଇଥିଲା । ଦିବା ୧ ଘଟିକା ସମୟରେ ଭକ୍ତମାନଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥାକରାଯାଇଥିବାବେଳେ ସଂଧ୍ୟାରେ ଆଳତୀ ମା’ଙ୍କ ପାଖରେ ଲାଗିଥିଲା । ପୂଜକ ବିକାଶ ଭାଇନା ଓ କର୍ତା ପ୍ରଦୀପ କୁମାରଦାସଙ୍କ ଦ୍ୱାରା ସମସ୍ତ ପୂଜାକାର୍ଯ୍ୟ ସଂପନ୍ନ ହୋଇଥିଲା । ଉକ୍ତ ଜନ୍ମବାର୍ଷିକୀ ଉତ୍ସବକୁ ସଭାପତି ବିଶ୍ୱଜିତ୍ ବେହେରା ଙ୍କସମେତ ସଦସ୍ୟ ପ୍ରଦୀପ କୁମାର ଦାସ, ଖଗ, ରାନୁ , ସାନପୁଅ , ବାବାଜୀ , ଟେରୁ , ମଦନ , କାଳିଆ , ପରେଶ, ଶ୍ରୀକାନ୍ତ ବେହେରା, ପ୍ରଶାନ୍ତ ବେହେରାଙ୍କ ସମେତ ସମସ୍ତ ବେପାରୀ ସଭ୍ୟବୃନ୍ଦ ସହଯୋଗ କରିଥିଲେ ।

Leave A Reply

Your email address will not be published.

1 × three =