ଢେଙ୍କାନାଳ-ସିଦ୍ଧେଶ୍ବରୀ ଫାଉଣ୍ଡେସନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଆଦୃତି ଶିଶୁଗୃହଠାରେ କୁନିକୁନି ପିଲାମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବକ୍ତୃତା ଆଦି ପ୍ରତିଯୋଗୀତା କରାଯାଇଥିଲା। ଟ୍ରଷ୍ଟର ଉପଦେଷ୍ଟା ରତନ ନାୟାର, ରଶ୍ମିକାନ୍ତ ସାହୁ,ପରିଚାଳନା ନିର୍ଦ୍ଦେଶୀକା ସାଗରିକା ମିଶ୍ର, କୋଷାଧ୍ୟକ୍ଷ ପ୍ରିୟଙ୍କା ରାଉତ,ଟ୍ରଷ୍ଟି ଶେଷଦେବ ରଥ,ଶ୍ରୀମନ୍ତ ପରିଡା,ରାଜେନ୍ଦ୍ର ପାଣି, ପ୍ରିୟତମ ମହାକୁଡ ପ୍ରମୁଖ କାର୍ଯ୍ୟକ୍ରମ ପଳିଚାଳନା କରିଥିଲେ। ଚିତ୍ରାଙ୍କନ ବିଭାଗରେ ୫ ଜଣ କୃତୀ ପ୍ରତିଯୋଗୀ ଯଥାକ୍ରମେ ଦୁଖିଆ ମୁର୍ମୁ, ବିଶାଲ ସାହୁ, ଦଶରା ପଧାନ,ସୌମ୍ଯରଞ୍ଜନ ପାଲ, ସ୍ବାଗତ ନାଏକ ଏବଂ ବକ୍ତୃତାରେ ୩ ଜଣ ଯଥାକ୍ରମେ ସୌମ୍ଯରଞ୍ଜନ ବେଜ, ଲିପି ସାହୁ ଓ ରଧାମୋହନ ପୂର୍ତ୍ତିଙ୍କୁ ଟ୍ରଫି ସହ ପୁରସ୍କୃତ କରାଯାଇଥିଲା। ସମସ୍ତ କୁନିକୁନି ପିଲାମାନଙ୍କୁ ମହାପୁରୁଷଙ୍କ ଆତ୍ମଜୀବନୀ ପୁସ୍ତକ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଆଦୃତାର ସୁପରିନଟେଣ୍ଡେଣ୍ଟ ନୀଳମଣି ମହାପାତ୍ର ଓ ମ୍ଯାନେଜର ସୁଶାନ୍ତ ପଟ୍ଟନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।