ଢ଼େଙ୍କାନାଳ : ହିନ୍ଦୋଳ ଏନଏସି ସଭାଗୃହରେ ରାଜ୍ୟସରକାର ସହରାଞ୍ଚଳ ମୁକ୍ତାଯୋଜନାରେ ଦକ୍ଷତା ବିକାଶ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ଏହି କାର୍ଯ୍ୟକ୍ରମରେ ମୁକ୍ତା ଯୋଜନାର ନୋଡାଲ ଏଜେନସି ଭାବରେ ଅନୁମୋଦିତ ତୃଣମୂଳ ସ୍ତରରେ ସଫଳ କାର୍ଯ୍ୟକାରିତା ନିମନ୍ତେ ମିଶନ ଶକ୍ତି ଗୋଷ୍ଠୀ ସମୂହ ସହ ପୌରଅଧିକାରୀ ମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ବ୍ୟବସ୍ଥା ହୋଇଛି!ଏହି ପରିପେକ୍ଷୀରେ ହିନ୍ଦୋଳ ଏନଏସି ସଭାଗୃହରେ ସହରାଞ୍ଚଳର ସମସ୍ତ ମିଶନଶକ୍ତି ଗୋଷ୍ଠୀମାନଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି!ଏହି ତାଲିମ ଶିବିରରେ ନିର୍ବାହୀ ଅଧିକାରୀ ଏମ ଶ୍ରୀନିଭାସ, ସିଓ କୌଶଲ୍ୟା ନାୟକ,ଅଧ୍ୟକ୍ଷ କେଶବ ପ୍ରଧାନ, ଉପାଧ୍ୟାକ୍ଷା ପ୍ରତିମା ରାଉତ,କାଉନସିଲର ଶୁଭଲଷ୍ମୀ ଦେହୁରୀ (ୱାର୍ଡ-୧୧), ବିଷ୍ଣୁପ୍ରିୟା ନାଏକ(ୱାର୍ଡନଂ-୭),ମୁକ୍ତା ମାଷ୍ଟର ଟ୍ରେନର ଲିକି ପଲେଇ, ବାସନ୍ତୀ ପ୍ରଧାନ, ଗୀତା ନାଠି, ବୈଜୟନ୍ତୀ ବିଶ୍ୱାଳ, ମୁକ୍ତା କୋଡିନେଟର ପ୍ରୀତିରଞ୍ଜନ ସିଂ, ଆଶିଷ ନାୟକ, ଦିନେଶ ବଡ଼ଜେନା ଅଂଶଗ୍ରହଣ କରିଥିଲେ!ଏହି କାର୍ଯ୍ୟକ୍ରମରେ ଓଡିଶାସରକାର ଗୃହନିର୍ମାଣ ଓ ନଗରଉର୍ଣ୍ଣୟନ ବିଭାଗ ଯୁଗ୍ମସଚିବ ସାରଦା ପ୍ରସାଦ ପଣ୍ଡା ଭିଡ଼ିଓ କନଫ୍ରେସ ମାଧ୍ୟମରେ ଯୋଗଦେଇ ତାଲିମ କାର୍ଯ୍ୟକ୍ରମ ର ଲକ୍ଷ ଓ କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଅବଗତ କରାଇଥିଲେ ।