ହାତୀ ଦୌରାତ୍ମ ପ୍ରତିବାଦରେ ବିଜେପିର ଢେଙ୍କାନାଳ ଡିଏଫ୍‌ଓ କାର୍ଯ୍ୟାଳୟ ଘେରାଉ !


ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ ହାତୀ ଦୌରାତ୍ମ୍ୟ ବଡି ଚାଲିଛି । ଗତ କିଛିଦିନ ହେଲା ଯୋରନ୍ଦା ଅଂଚଳରେ ଏକ ହିଂସ୍ର ଦନ୍ତାହାତୀ ବୁଲୁଛି, ଦିନରେ ଯାହାକୁ ଦେଖୁଛି ଗୋଡାଇ ଗୋଡାଇ ଦଳି ଚକଟି ମାରି ଦେଉଛି । ୧୫ ଦିନ ଭିତରେ ୧୨ଜଣ ଲୋକଙ୍କ ଜୀବନ ନେଇ ସାରିଲାଣି । ଏଥିଯୋଗୁଁ ଦିନରେ ମଧ୍ୟ ଲୋକ ବାହାରକୁ ବାହାରିବା ପାଇଁ ଭୟ କରୁଛନ୍ତି । ଏଥି ଯୋଗୁଁ ଅଂଚଳରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି । ବିଜେପିର ନେତୃବୃନ୍ଦ ବନଖଣ୍ଡ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସ୍ଥାନୀୟ ଜନସାଧାରଣଙ୍କୁ ଜଣାଇବା ସହ କୌଣସି ପ୍ରତିକାର ଏପର୍ଯ୍ୟନ୍ତ ହୋଇନାହିଁ । ଏପର୍ଯ୍ୟନ୍ତ ଯୋରନ୍ଦା ରୋଡ୍ ଷ୍ଟେସନ୍ ନିକଟ କାଜୁ ବଗିଚାରେ ଦନ୍ତା ହାତୀଟି ରହିଛି । ଏ ଘଟଣାକୁ ନେଇ ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଆଜି ପୂର୍ବାହ୍ନରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ବିଜେପି ନେତୃବୃନ୍ଦ ବିଭିନ୍ନ ନାରା ଦେଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଉପରୋକ୍ତ ସ୍ପର୍ଶକାତର ଘଟଣାରେ ବନଖଣ୍ଡ ଅଧିକାରୀଙ୍କ ନିରବତା ଓ ସ୍ଥାଣୁତା ପାଇଁ ଦୃଢ ସମାଲୋଚନା କରିବା ସହ ଉଦ୍‌ବେଗ ପ୍ରକାଶ କରିଥିଲେ । ତତ୍‌ସଙ୍ଗେ ସଙ୍ଗେ ଜିଲ୍ଲାରେ ବନ୍ୟଜନ୍ତୁ ଶିକାର, କାଠଚୋରି, ଖଣିଜଦ୍ରବ୍ୟ ଚୋରା କାରବାର ଦିନକୁ ଦିନ ବଢି ଚାଲିଛି ବୋଲି ଅଭିଯୋଗ କରିଥିଲେ । ସରକାରଙ୍କ ରିପୋର୍ଟ ଅନୁଯାୟୀ ରାଜ୍ୟରେ ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ଲୋକ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ଏଥିପାଇଁ ବନବିଭାଗ ଦାୟୀ ବୋଲି ନେତୃବୃନ୍ଦ ଅସନ୍ତୋଷ ପ୍ରକାଶ କରିବା ସହ ବନଖଣ୍ଡ ଅଧିକାରୀଙ୍କର ତୁରନ୍ତ ବଦଳୀ ପାଇଁ ଦାବୀ କରିଥିଲେ । ଶେଷରେ ବନଖଣ୍ଡ ଅଧିକାରୀଙ୍କ ଅନୁରୋଧ କ୍ରମେ ଘଟଣା ବାବଦରେ ନେତୃବୃନ୍ଦ ତାଙ୍କ ସହିତ ଆଲୋଚନା କରିଥିଲେ ଓ ଆଗକୁ ହାତୀ ଆକ୍ରମଣରେ ଯେପରି କାହାର ମୃତ୍ୟୁ ନହୁଏ, ସେଥିପ୍ରତି ତୁରନ୍ତ ପଦକ୍ଷେପ ନେବେ ଓ ଅନ୍ୟାନ୍ୟ ବିଷୟରେ ସ୍ୱତନ୍ତ୍ର ଧ୍ୟାନ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଉପରୋକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ପୂର୍ବତନ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ, ଜିଲ୍ଲା ମିଡିଆ ପ୍ରଭାରୀ ନବକିଶୋର ଗୁରୁ, ଜିଲ୍ଲା ସାଧାରଣ ସଂପାଦକ ସୁନିଲ୍ ଶର୍ମା, ରତିକାନ୍ତ ସାହୁ, ଜିଲ୍ଲା ଉପସଭାପତି ବିଷ୍ଣୁ ପ୍ରସାଦ ଲେଙ୍କା, ସନାତନ ବେହେରା, ଜିଲ୍ଲା ସମ୍ପାଦକ ସଞ୍ଜିବ ମହାପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା, ମହିଳାମୋର୍ଚ୍ଚା ସାଧାରଣ ସମ୍ପାଦିକା ସସ୍ମିତା ସାମଲ, ଅନିତା ଦାସ, ମଧୁସ୍ମିତା ପୁହାଣ, ବରିଷ୍ଠ ନେତା ରମେଶ ସାମଲ, ଦୀପକ ପ୍ରସାଦ ପଟ୍ଟନାୟକ, ନଗର ମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁ, ଗଁଦିଆ ମଣ୍ଡଳ ସଭାପତି ଶତୃଘନ ରାଉତ, ଭାପୁର ମଣ୍ଡଳ ସଭାପତି ଧୃବଚରଣ ରାଉତ, ଗଁଦିଆ ମଣ୍ଡଳ ସଭାପତି ଲଳିତ ଦାସ, କପିଳାସ ମଣ୍ଡଳ ସଭାପତି ଶତୃଘନ ରାଉତ, ନଗରମଣ୍ଡଳ ପୂର୍ବତନ ସଭାପତି ନିରୋଦ କୁମାର ସାହୁଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

1 × 5 =