ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ଦ୍ବାରା ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ସମ୍ପାଦିତ !

ଢ଼େଙ୍କାନାଳ : ସ୍ବେଚ୍ଛାସେବୀ ସଂଗଠନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ)ରାସୋଳ ତରଫରୁ ମୋ ଗାଁ ମୋ ସମ୍ମାନ ଅଭିଯାନ ର ପରିସର କୁ ବ୍ଯାପକ କରାଯାଇ ରାସୋଳ ଠାରୁ ପ୍ରାୟ ୯୫କିଲୋ ମିଟର ଦୂର ଢେଙ୍କାନାଳ ଜିଲ୍ଲା, କଙ୍କଡାହାଡ ବ୍ଲକ,ମରୁଆବିଲ ଗ୍ରାମ ପଞ୍ଚାୟତ ର ଦୁଇ ନମ୍ବର ୱାର୍ଡ ଆଦିବାସୀ ଅଧ୍ଯୁଷିତ,ବଣ ଜଙ୍ଗଲ ଘେରା ଏକ ଉପାନ୍ତ ଗ୍ରାମ ଶେଣ୍ଢଷର(ରାମିଆ ସାହି)ଠାରେ ଜନ ମଙ୍ଗଳ(ରାସୋଳ) ର ସେବକ ତଥା ମୋ ଗାଁ ମୋ ସମ୍ମାନ ଅଭିଯାନ ର ଶେଣ୍ଢଷର ଗ୍ରାମ ମୁଖ୍ୟ ସିଦୁ ମୁଣ୍ଡା ଙ୍କର ନେତୃତ୍ବ ରେ ଓ ସଂଗଠନ ର ପ୍ରତିଷ୍ଠାତା ବିଭୁପ୍ରସାଦ ଶତପଥୀ ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସଂଗଠନ ର ସଭାନେତ୍ରୀ ନିରୁପମା ମିଶ୍ର,ସେବକ ନିରାକାର ବୈଦ୍ୟ,ବିଚିତ୍ର ବେହେରା ଭାଇ ଙ୍କ ସହଯୋଗ ରେ ପୂର୍ବ ରୁ ସଂଗୃହୀତ ନୂତନ ଏବଂ ବ୍ଯବହାର ଯୋଗ୍ୟ ବସ୍ତ୍ର(ଶାଢୀ,ସାର୍ଟ,ପ୍ଯାଣ୍ଟ୍,ଛୋଟ ପୁଅ ଝିଅ ମାନଙ୍କର ପୋଷାକ),ଶୀତ ପୋଷାକ,ଶୀତ ଟୋପି,କୁ ଶତାଧିକ ଆବାଳ ବୃଦ୍ଧ ବନିତା ଙ୍କୁ ସହୃଦୟତା ର ସହିତ ବଣ୍ଟନ କରାଯିବା ସହିତ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ପେନ୍ ଓ ଚକୋଲେଟ ପ୍ରଦାନ କରି ସବୁରି ମୁହଁ ରେ ହସ ଭରିବାର ଏହି ସେବା କାର୍ଯ୍ୟ କୁ ସୂଚାରୁ ରୂପେ ସମ୍ପାଦନ କରାଯାଇଛି। ଏତାଦୃଶ ସେବା କାର୍ଯ୍ୟ ଆଞ୍ଚଳିକ ସ୍ତରରେ ପ୍ରଥମ ଥର ପାଇଁ ଗ୍ରାମବାସୀମାନେ ମତ ବ୍ଯକ୍ତ କରିଥିବା ବେଳେ ଆନ୍ତରିକ ସାଧୁବାଦ ତଥା ଅଶେଷ ଧନ୍ୟବାଦ ଜ୍ଞାପନ ପୂର୍ବକ ସେବା କାର୍ଯ୍ୟ କୁ ସ୍ବାଗତ କରିବା ସହିତ ସଂଗଠନ ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ଓ ସେବା ପ୍ରଦାନ ନିମିତ୍ତ ଗ୍ରାମକୁ ପୁନଃ ଆସିବାକୁ ଅନୁରୋଧ କରିଥିଲେ। ଆଗାମୀ ଦିନରେ ଏତାଦୃଶ ସେବା କୁ ସାରା ଓଡିଶା ରେ ବ୍ଯାପକ କରାଯିବ ବୋଲି ସଂଗଠନ ର ପ୍ରତିଷ୍ଠାତା ଶ୍ରୀ ଶତପଥୀ ଦୃଢୋକ୍ତି ପ୍ରଦାନ କରିବା ସହିତ ସଂଗଠନ କୁ ସହଯୋଗ ର ହାତ ବଢାଇବା ର ଅନୂମୁରୋଧ ରଖି ଉପସ୍ଥିତ ଜନ ସାଧାରଣ ମାନଙ୍କୁ ଧନ୍ଯବାଦ୍ ପ୍ରଦାନ କରିଥିଲେ।

Leave A Reply

Your email address will not be published.

19 − sixteen =