ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ !

ଢେଙ୍କାନାଳ : ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ରେ ଦିନିକିଆ ଢେଙ୍କାନାଳ ଗସ୍ତରେ ଆସି ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇଥିଲେ l ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ସ୍ୱାଗତ ଅଭିଭାଷଣ ଦେବାସହ ଜିଲ୍ଲାର ସମସ୍ତ ବିଭାଗର କାର୍ଯ୍ୟ ସମ୍ପର୍କରେ ଏକ ସଂକ୍ଷିପ୍ତ ସୂଚନା ପିପିଟି ମାଧ୍ୟମରେ ପ୍ରଦର୍ଶିତ କରାଇଥିଲେ l ଏହାପରେ ବିଭାଗ ଅନୁଯାୟୀ ମାନ୍ୟବର କେନ୍ଦ୍ରମନ୍ତ୍ରୀ ସମୀକ୍ଷା କରିଥିଲେ l ଯେହେତୁ ଏହା ଏକ ଆକାଂକ୍ଷା ଜିଲ୍ଲା ଅନ୍ତର୍ଭୁକ୍ତ ତେଣୁ ଭିନ୍ନ ଭିନ୍ନ ଯୋଜନାମାନ ଏହି ଜିଲ୍ଲାପାଇଁ ସ୍ୱତନ୍ତ୍ର ରୂପେ କରାଯାଇଛି l ସେ ସବୁ ଯୋଜନା ସମ୍ପର୍କରେ ସେ ପୁଙ୍ଖାନୁପୁଙ୍କ ଆଲୋଚନା କରିଥିଲେ l ପ୍ରଥମେ ସେ କୃଷି ବିଭାଗର ସମୀକ୍ଷା କରାଯାଇ କେତେ ଜମି ରେ ଚାଷ କାର୍ଯ୍ୟ କରାଯାଉଛି ଓ କେତେ ଜମି ପଡିଆ ପଡୁଛି ତାହା ବୁଝିଥିଲେ ଏହାସହ ଜିଲ୍ଲାରେ 66 ପ୍ରତିଶତ ଚାଷ ଜମିରେ ଜଳସେଚନର ସୁବିଧା ରହିଛି ବୋଲି ଅବଗତ ହେଇଥିଲେ l ଏହାସହିତ ଉଦ୍ୟାନକୃଷି ରେ ଉତ୍ପାଦନ କିଭଳି ଅଧିକ କରିହବ ସେ ସମ୍ପର୍କରେ ପଚାରି ବୁଝିଥିଲେ l ଏହାସହ ଢେଙ୍କାନାଳ ଆମ୍ବ ର ଚାହିଦା ରାଜ୍ୟ ତଥା ଦେଶ ବାହାରେ ବୃଦ୍ଧି ଘଟୁଥିବାରୁ ଆମ୍ବ ଉତ୍ପାଦନ ବୃଦ୍ଧି କରିବାକୁ କହିଥିଲେ l ଶିକ୍ଷା ବିଭାଗର ସମୀକ୍ଷା ରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଜିଲ୍ଲାର ଶିକ୍ଷା ଭିତ୍ତିଭୂମି ସମ୍ପର୍କରେ ବୁଝିଥିଲେ l ଏହାସହିତ ଯେଭଳି କୌଣସି ବି ପିଲା ଅଧାରୁ ସ୍କୁଲ ନଛାଡ଼ନ୍ତୁ ସେ ବିଷୟରେ ଧ୍ୟାନ ଦେବାକୁ କହିଥିଲେ l ଏହାସହ ମାନ୍ୟବର ମନ୍ତ୍ରୀ କହିଥିଲେ ଶିକ୍ଷା ହିଁ ସଫଳତାର ଚାବିକାଠି l ତେଣୁ ପ୍ରଶାସନ ଓ ସରକାର ଯେଭଳି ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରାଯିବ ସେ ସମ୍ପର୍କରେ ଯତ୍ନବାନ ହେବାକୁ କହିଥିଲେ l ଏହା ସାହ ଜିଲ୍ଲାର ପି. ଏମ ଶ୍ରୀ ବିଦ୍ୟାଳୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ l କୌଶଳ ବିକାଶ କ୍ଷେତ୍ରରେ କିଭଳି କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଯୋଜନାମାନଙ୍କ ଦ୍ୱାରା ପିଲାମାନେ କୁଶଳୀ ହେବl ସହ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ହବ ସେ ବିଷୟରେ ଆଲୋଚନା କରିଥିଲେ l ଏହାପରେ ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପାନୀୟ ଜଳ ଓ ପଞ୍ଚାୟତ ବିଭାଗର ସମୀକ୍ଷା କରି ଯେପରି ଗ୍ରାମାଞ୍ଚଳ ତଥା ସହରାଞ୍ଚଳ ର ରାସ୍ତା ଘାଟ ସଠିକ ରହିବ, ଲୋକମାନେ ବିଶୁଦ୍ଧ ପାନୀୟ ଜଳ ପାଇବେ ଏହାସହିତ ଗ୍ରାମୀଣ ଆବାସ ତଥା ସହରାଞ୍ଚଳ ଆବାସ ଯୋଜନାରେ କିଭଳି ଯୋଗ୍ୟ ହିତାଧିକାରୀ ଲାଭ ପାଇବେ ସେ ସମ୍ପର୍କରେ ସମୀକ୍ଷା କରିଥିଲେ l ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷାରେ କିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ବେଡ଼ ସଂଖ୍ୟା ବୃଦ୍ଧି କରାଯାଇ ଲୋକଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦିଆଯିବ ସେ ବିଷୟରେ ଆଲୋଚନା କରିଥିଲେ l ଏହାସହିତ ସେ ଶିଳ୍ପ, ପର୍ଯ୍ୟଟନ ଆଦି ବିଭାଗର ସମୀକ୍ଷା କରିଥିଲେ l ଏହାସହିତ ପ୍ରଶାସନ କିଭଳି ସାଧାରଣ ଲୋକଙ୍କ ଅଧିକ ନିକଟତର ହେବ ଓ ଲୋକଙ୍କ ବିଶ୍ୱାସ ଭାଜନ ହେବ ସେ ସମ୍ପର୍କରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଆଲୋଚନା କରିଥିଲେ l ଏହି ବୈଠକରେ ମାନ୍ୟବର ସାଂସଦ ରୁଦ୍ର ନାରାୟଣ ପାଣି, ମାନ୍ୟବର ବିଧାୟକ ପରଜଙ୍ଗ ବିଭୂତି ଭୂଷଣ ପ୍ରଧାନ, ମାନ୍ୟବର ବିଧାୟିକା ସୀମାରାଣୀ ନାୟକ, ପୌରପରିଷଦ ଅଧ୍ୟକ୍ଷା ଜୟନ୍ତୀ ପାତ୍ର, ଉତ୍ତରlଞ୍ଚଳ ରାଜସ୍ବ ଆୟୁକ୍ତ ସଚିନ ରାମଚନ୍ଦ୍ର ଯାଧବ, ଉତ୍ତର କେନ୍ଦ୍ରାଞ୍ଚଳ ଆରକ୍ଷୀ ମହାନିର୍ଦେଶକ ସତ୍ୟବ୍ରତ ଭୋଇ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନଵ ସୋନକର, ଜିଲ୍ଲା ସ୍ତରୀୟ ଅଧିକାରୀ ଗଣ ଯୋଗଦେଇଥିଲେ l

Leave A Reply

Your email address will not be published.

seventeen − eleven =