ଢେଙ୍କାନାଳ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳକୁ ଦିନିକିଆ ଗସ୍ତରେ ଆସି ସ୍ଥାନୀୟ ସର୍କିଟ୍ ହାଉସ୍ରେ ପହଁଚିବା ମାତ୍ରେ ଢେଙ୍କାନାଳ ବିଜେପି ତରଫରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମନ୍ତ୍ରୀ ଶ୍ରୀପାତ୍ରଙ୍କ ସମେତ ବିଜେପିର ବରିଷ୍ଠ ନେତା ତଥା ସାଂସଦ ରୁଦ୍ର ନାରାୟଣ ପାଣି, ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, ହିନ୍ଦୋଳବିଧାୟିକା ସୀମାରାଣୀ ନାୟକ, ଢେଙ୍କାନାଳ ନଗରପାଳିକା ଜୟନ୍ତୀ ପାତ୍ର, ଗଁଦିଆ ବ୍ଲକ୍ ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନବୀନ ଚନ୍ଦ୍ର ନାରାୟଣ ଦାସ,ପୂର୍ବତନ ବିଧାୟକ ନବୀନ ନନ୍ଦ, ରାଜ୍ୟ କୃଷକ ମୋର୍ଚ୍ଚା ପୂର୍ବତନ ଉପସଭାପତି ରାମଚନ୍ଦ୍ର ପାତ୍ର, ପୂର୍ବତନ ନଗରପାଳ ସୁନିଲ୍ ଶର୍ମା, ଜିଲ୍ଲା ମିଡିଆ ପ୍ରଭାରୀ ନବ କିଶୋର ଗୁରୁ, ଜିଲ୍ଲା ଉପସଭାପତି ବିଷ୍ଣୁ ପ୍ରସାଦ ଲେଙ୍କା, ମାତୃପ୍ରସାଦ ନନ୍ଦ, ଶିବପ୍ରସାଦ ସାହୁ, ଇତିଶ୍ରୀ ସାହୁ, ଜିଲ୍ଲା ସାଧାରଣ ସମ୍ପଦକ ରାସବିହାରୀ ବେହେରା, ରତିକାନ୍ତ ସାହୁ, ବରିଷ୍ଠ ନେତା ହର୍ଷବର୍ଦ୍ଧନ ସିଂହଦେଓ, କୋଦଣ୍ଡଧର ସାହୁ, ସୁରେଶ ପାଣିଗ୍ରାହୀ, ସରୋଜ ପଟ୍ଟନାୟକ, ବରିଷ୍ଠ ଆଇନ୍ଜୀବୀ ଦୀପ୍ତିଶ ପ୍ରସାଦ ପଟ୍ଟନାୟକ, ବୁଦ୍ଧିଜୀବୀ ସେଲ୍ର ଆବାହକ ପ୍ରମୋଦ ନନ୍ଦ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ମହାଦୀପ ଯଶୋବନ୍ତ ମହିମା, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଶାନ୍ତ ପ୍ରଧାନ, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଲକ୍ଷ୍ମୀଧର ଦଳେଇ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ସହଦେବ ପୃଷ୍ଟି, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଦୀପକ ଗୋଚ୍ଛାୟତ, କାର୍ଯ୍ୟକାରିଣୀ ସଦସ୍ୟ ଅଂଜନ ପାଣି, ସତ୍ୟ ଭୂଷଣ ଭୂୟାଁ, ଜିଲ୍ଲା ଆଇଟି ସେଲ୍ ପ୍ରଭାରୀ ରମ୍ୟ ରଞ୍ଜନ ମହାପାତ୍ର, ନଗରମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁ, ମନ୍ତ୍ରୀଙ୍କ ପୌର ପ୍ରତିନିଧି ସନ୍ତୋଷ ରାଉତ, ସାଂସଦଙ୍କପୌର ପ୍ରତିନିଧି ରୁଦ୍ର ନାରାୟଣ ତ୍ରିପାଠୀ, ପଦ୍ମଭୂଷଣ ସାହୁ, ସମସ୍ତ ମଣ୍ଡଳ ସଭାପତି, ଜିଲ୍ଲାର ବହୁ ବରିଷ୍ଠ ନେତୃବୃନ୍ଦ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ଓ ବହୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଉତରୀୟ ଓ ଫୁଲତୋଡା ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।