ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନ ଆରମ୍ଭ !


ଢେଙ୍କାନାଳ : ପ୍ରକାଶ ପାଇଛି ଚିଠା ଭୋଟର ତାଲିକା। ପୂର୍ବାପେକ୍ଷା ଓଡ଼ିଶାର ମୋଟ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଛି l ଏହି ଭୋଟର ତାଲିକାରେ ତ୍ରୁଟି ବିଚ୍ୟୁତି ସଂଶୋଧନ କରାଯାଇ ଚୂଡାନ୍ତ ତାଲିକା ଜାନୁଆରୀ ୬ ୨୦୨୫ରେ ପ୍ରକାଶ ପାଇବ। ଚିଠା ଭୋଟର ତାଲିକାରେ ତ୍ରୁଟି ବିଚ୍ୟୁତି ସଂଶୋଧନ ସହିତ ନୂତନ ଭାବେ ୧୮ ବର୍ଷରେ ପଦାର୍ପଣ କରୁଥିବା ଯୁବକ ଯୁବତୀ ମାନଙ୍କୁ ଭୋଟର ଲିଷ୍ଟରେ ନାମ ପଞ୍ଜୀକରଣ କରିବା ନିମନ୍ତେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ଢେଙ୍କାନାଳ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ଙ୍କ ପୌରହିତ୍ୟ ରେ ଭୋଟର ଲିଷ୍ଟ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ବାବଦରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏକ ପଦଯାତ୍ରାର ଆୟୋଜନ କରଯାଇଥିଲା।ବାଜି ଚୌକ ରୁ ଆରମ୍ଭ ହୋଇ ଏହି ପଦଯାତ୍ରା ଜିଲ୍ଲାପାଳଙ୍କ କର୍ଯ୍ୟାଳୟକୁ ଆସିଥିଲା l ଏହି ପଦଯାତ୍ରା ରେ ବିଭିନ୍ନ ବିଭାଗର ଅଧିକାରୀ, କଲେଜ ଛାତ୍ରଛାତ୍ରୀ, ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା ଏବଂ ଶତାଧିକ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ l ପରେପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଥଉତ୍ସବ ଆୟୋଜିତ ହେଇଥିଲା lସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଉଦବୋଧନ ଦେଇ ବିଶ୍ୱର ସର୍ବବୃହତ ଏବଂ ସର୍ବଶ୍ରେଷ୍ଠ ଗଣତାନ୍ତ୍ରିକ ଦେଶ ଭାରତକୁ ଆହୁରି ସଶକ୍ତ କରିବା ପାଇଁ ଭୋଟ ଦେବାର ମହତ୍ତ୍ୱ ବଖାଣି ଥିଲେ ଏବଂ ଭୋଟର ଲିଷ୍ଟରେ ନାମ ଚଢେଇବା ତଥା ଅନ୍ୟାନ୍ୟ ତ୍ରୁଟି ବିଚ୍ୟୁତି ସଂଶୋଧନ ପାଇଁ ଏହି ସ୍ୱତନ୍ତ୍ର ଅଭିଯାନର ଫାଇଦା ନେବା ପାଇଁ ଆହ୍ୱାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଶ୍ରୀ ବିବୁଧ ଗଡ଼ନାୟକ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ସାଧାରଣ ଜନସାଧାରଣ ଯୋଗଦେଇଥିଲେ l

Leave A Reply

Your email address will not be published.

14 − six =